Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ କି ସୂର୍ଯ୍ୟକୁମାର? ଭାଇରାଲ ପୋଷ୍ଟର ସତ୍ୟତା ସାମ୍ନାକୁ ଆସିଲା

ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳରେ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ଏହାପରେ ସୂର୍ଯ୍ୟକୁମାରଙ୍କ ଅବସରକୁ ନେଇ ସୋସିଆଲ ମିଡିଆରେ ଗୁଜବ ଆରମ୍ଭ ହୋଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂର୍ଯ୍ୟକୁମାରଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଦାବି କରାଯାଇଥିଲା। ଏହି ପୋଷ୍ଟ ଦ୍ରୁତ ଗତିରେ ଭାଇରାଲ ହୋଇ ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚିଥିଲା। ତେବେ ପରେ ଜଣାପଡ଼ିଥିଲା ଯେ, ଏହା ସୂର୍ଯ୍ୟକୁମାରଙ୍କ ଅଫିସିଆଲ ଆକାଉଣ୍ଟ ନୁହେଁ ବରଂ @unreal_sky ନାମକ ଏକ ପାରୋଡି ଆକାଉଣ୍ଟରୁ ଶେୟାର କରାଯାଇଥିବା ପୋଷ୍ଟ ଥିଲା।

ଏପଟେ ଦଳରୁ ବାଦ ପଡ଼ିବା ଓ ଅଧିନାୟକ ପଦ ହରାଇବା ପରେ ସୂର୍ଯ୍ୟକୁମାର ଯାଦବ ନିଜ ପ୍ରତିକ୍ରିୟାରେ କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ମୁମ୍ବାଇ ଟି-୨୦ ଲିଗ୍‌ ସମୟରେ ସେ ଶ୍ରେୟସ ଆୟରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଭାରତୀୟ ଟି-୨୦ ଦଳର ଲଗାତାର ତିନି ଜଣ ଅଧିନାୟକ ମୁମ୍ବାଇରୁ ଆସିଥିବାରୁ ଏହା ମୁମ୍ବାଇ କ୍ରିକେଟ ପାଇଁ ଗର୍ବର ବିଷୟ। ତେଣୁ ସୂର୍ଯ୍ୟକୁମାରଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ସ୍ପଷ୍ଟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ