Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିମ୍ ଜଙ୍ଗ ଉନଙ୍କ ପରମାଣୁ ଶକ୍ତି ପ୍ରଦର୍ଶନ, ନିରସ୍ତ୍ରୀକରଣକୁ ସିଧାସଳଖ ନା

ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ ପୁଣିଥରେ ଦେଶର ସାମରିକ କ୍ଷମତା ପ୍ରଦର୍ଶନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରୀ ଗଣମାଧ୍ୟମ କେସିଏନ୍ଏ ପକ୍ଷରୁ ପ୍ରକାଶିତ ଫଟୋରେ କିମ୍ ଜଙ୍ଗ ଉନ୍ ଏକ କ୍ଷେପଣାସ୍ତ୍ର ଉତ୍ପାଦନ କାରଖାନା ପରିଦର୍ଶନ କରୁଥିବା ଦେଖାଯାଇଛି। ସୁରକ୍ଷା କାରଣରୁ କାରଖାନାର ସ୍ଥାନ ପ୍ରକାଶ କରାଯାଇନଥିଲେ ମଧ୍ୟ ସେଠାରେ ବିଭିନ୍ନ କ୍ଷେପଣାସ୍ତ୍ର ମଧ୍ୟରେ କିମ୍ ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି।

ଗସ୍ତ ସମୟରେ କିମ୍ ଜଙ୍ଗ ଉନ୍ ଦେଶର କ୍ଷେପଣାସ୍ତ୍ର ଉତ୍ପାଦନକୁ ବର୍ତ୍ତମାନର ସ୍ତରଠାରୁ ପ୍ରାୟ ଢେଢ଼ରୁ ଦୁଇଗୁଣା ଅଧିକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ, ଦେଶର ସୁରକ୍ଷା ଓ ସାମରିକ ଆବଶ୍ୟକତା ପୂରଣ ପାଇଁ ଅଧିକ କ୍ଷେପଣାସ୍ତ୍ର ଉତ୍ପାଦନ ଅତ୍ୟନ୍ତ ଜରୁରୀ। ତେବେ କାରଖାନାରେ କେଉଁ ପ୍ରକାରର ବାଲିଷ୍ଟିକ୍ କିମ୍ବା କ୍ରୁଜ୍ କ୍ଷେପଣାସ୍ତ୍ର ତିଆରି ହେଉଛି, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ।

ଏହି ଗସ୍ତ ସହିତ କିମ୍ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗଙ୍କ କଡ଼ା ବୟାନ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ସ୍ପଷ୍ଟ କରି କହିଛନ୍ତି ଯେ ଉତ୍ତର କୋରିଆର ପରମାଣୁ ଅସ୍ତ୍ରଶସ୍ତ୍ର ନଷ୍ଟ କରିବାର ପ୍ରଶ୍ନ ଉଠୁନାହିଁ ଏବଂ ଦେଶ ନିଜର ପରମାଣୁ ଶକ୍ତିକୁ କେବେ ବି ତ୍ୟାଗ କରିବ ନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମ୍ଭାବ୍ୟ ପ୍ୟୋଙ୍ଗୟାଙ୍ଗ ଗସ୍ତ ପୂର୍ବରୁ ଆସିଥିବା ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସଙ୍କେତ ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ