Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଏସିଆରେ ବଢ଼ୁଛି ଯୁଦ୍ଧ ଆଶଙ୍କା; ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ଇରାନ ଓ ଇସ୍ରାଏଲ ମଧ୍ୟରେ ପୁଣିଥରେ ସାମରିକ ସଂଘର୍ଷ ତୀବ୍ର ହୋଇଥିବା ବେଳେ ପଶ୍ଚିମ ଏସିଆରେ ଯୁଦ୍ଧ ଆଶଙ୍କା ବଢ଼ିଛି। ରବିବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ ହେବା ପରେ ସୋମବାର ସକାଳେ ଇସ୍ରାଏଲ ଇରାନର ଏକାଧିକ ସାମରିକ ଓ ଶିଳ୍ପ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ପ୍ରତିଆକ୍ରମଣ କରିଛି। ଇସ୍ରାଏଲ ପକ୍ଷରୁ ଇରାନର ମାହଶାହର ଅଞ୍ଚଳର ଏକ ପେଟ୍ରୋକେମିକାଲ କାରଖାନା ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହରାନସ୍ଥିତ ଭାରତୀୟ ଦୂତାବାସ ସତର୍କତାମୂଳକ ପରାମର୍ଶ ଜାରି କରିଛି। ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଉପଲବ୍ଧ ପରିବହନ ବ୍ୟବସ୍ଥା ମାଧ୍ୟମରେ ଦେଶ ଛାଡ଼ିବାକୁ କୁହାଯାଇଛି। ସେହିପରି ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ଇରାନ ସମର୍ଥିତ ୟେମେନର ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିବା ସହ ଲାଲ ସାଗରରେ ଇସ୍ରାଏଲୀ ଜାହାଜ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଆମେରିକା ସମେତ ବିଶ୍ୱର ବହୁ ଦେଶ ସଂଯମ ରକ୍ଷା କରିବାକୁ ଆହ୍ୱାନ ଦେଇଥିବା ବେଳେ, ଅଞ୍ଚଳରେ ଏକ ବୃହତ୍ତର ଯୁଦ୍ଧର ଆଶଙ୍କା ଆହୁରି ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ