Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କୁ କଡା ସମାଲୋଚନା କଲେ ରାହୁଲ; କହିଲେ ଭଗବାନଙ୍କୁ ବି ବୁଝାଇବାର କ୍ଷମତା ରଖିଛନ୍ତି ମୋଦୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଛନ୍ତି। ରାହୁଲ ସାନ ଫ୍ରାନ୍ସିସ୍କୋରେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ତାଙ୍କର ଭାରତ ଯୋଡ ଯାତ୍ରା ବିଷୟରେ ଉଲ୍ଲେଖ କରି ଦେଶର ରାଜନୀତି ବିଷୟରେ କହିଥିଲେ ଏବଂ ଭାରତୀୟ ଜନତା ପାର୍ଟି ସହିତ ଆରଏସଏସ ଉପରେ ଭୀଷଣ ବର୍ଷିଥିଲେ। ସେ କହିଛନ୍ତି, ରାଜନୀତି ପାଇଁ ଆବଶ୍ୟକ ସମ୍ବଳକୁ ସେମାନେ ନିୟନ୍ତ୍ରଣ କରୁଛନ୍ତି।

ଏହା ସହ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ସେମାନେ ସବୁକିଛି ଜାଣନ୍ତି। ଭଗବାନଙ୍କଠାରୁ ମଧ୍ୟ ଅଧିକ ଜାଣନ୍ତି। ସେ ଭଗବାନଙ୍କ ସହ ବସିପାରିବେ ଏବଂ ତାଙ୍କୁ ବୁଝାଇ ମଧ୍ୟ ପାରିବେ। ରାହୁଲ ଆହୁରି କହିଛନ୍ତି ଯେ, ମୁଁ ଭାବୁଛି ଆମ ଦେଶର ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଯଦି ମୋଦୀ ଜୀଙ୍କୁ ଭଗବାନଙ୍କ ସହ ବସିବା ପାଇଁ ଦିଆଯାଏ ତେବେ ସେ ବ୍ରହ୍ମାଣ୍ଡରେ କଣ ଚାଲିଛି ସେ ସମ୍ପର୍କରେ ଭଗବାନଙ୍କୁ ମଧ୍ୟ ସେ ବୁଝାଇପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ