Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମି; ରଜ ପୂର୍ବରୁ ବଦଳିଲା ପାଗ, ବର୍ଷା ବଢ଼ିବାର ସମ୍ଭାବନା

ଭୁବନେଶ୍ୱର: ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ରଜ ପର୍ବ ପୂର୍ବରୁ ମୌସୁମିର ଆଗମନ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ଦେଇଛି। ମୌସୁମି ପ୍ରବେଶ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଭୁବନେଶ୍ୱର-କଟକ ସମେତ ଟ୍ୱିନ୍ ସିଟିରେ ମେଘୁଆ ପାଗ ଓ ଥଣ୍ଡା ପବନ ଅନୁଭୂତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ମୌସୁମି ବାୟୁ ବର୍ତ୍ତମାନ ରାଜ୍ୟର ଉତ୍ତର ଭାଗ ଆଡ଼କୁ ଅଗ୍ରସର ହେଉଛି। ପାରାଦୀପ ଓ ବାରିପଦା ଦେଇ ଏହାର ଗତିବିଧି ଜାରି ରହିଛି। ମୌସୁମିର ପ୍ରଭାବରେ ଆଗାମୀ କିଛି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ପାଗ ଅଧିକ ସୁହାଉଣା ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ପାଣିପାଗ ବିଭାଗ ପୂର୍ବରୁ ଜୁନ୍ ୧୦ରୁ ୧୨ ମଧ୍ୟରେ ଉପକୂଳ ଓଡ଼ିଶାରେ ମୌସୁମି ପ୍ରବେଶ କରିବ ବୋଲି ଆକଳନ କରିଥିଲା। ଏବେ ସେହି ପୂର୍ବାନୁମାନ ସତ୍ୟ ପ୍ରମାଣିତ ହୋଇଛି। ବିଭାଗ କହିଛି ଯେ ଜୁନ୍ ୧୨ ପରେ ବର୍ଷାର ପରିମାଣ ବଢ଼ିବ, ଦକ୍ଷିଣ-ପଶ୍ଚିମ ପବନ ଅଧିକ ଶକ୍ତିଶାଳୀ ହେବ ଏବଂ ଲଗାତାର ମେଘୁଆ ପାଗ ଜାରି ରହିବ। ଜୁନ୍ ୧୫ ପରଠାରୁ ରାଜ୍ୟରେ ନିୟମିତ ବର୍ଷା ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories