Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାରର ଛାତ୍ରଛାତ୍ରୀମାନେ ଏବେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଲାଭ କରିପାରିବେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥାଭାବ ଯୋଗୁଁ କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହେବ ନାହିଁ। ସେଥିପାଇଁ ଆର୍ଥିକ ଭାବେ ପଛୁଆ ବର୍ଗର ପିଲାମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ସୁବିଧା ଯୋଗାଇ ଦିଆଯିବ। ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ସୃଷ୍ଟି କରିବା ସହ ଦରିଦ୍ର ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସହାୟକ ହେବ ବୋଲି ସେ କହିଛନ୍ତି।

ଏହା ସହ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଭତ୍ତାଭୋଗୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରି କହିଛନ୍ତି ଯେ, ଏଣିକି ଏକାଥରେ ତିନି ମାସର ଭତ୍ତା ପ୍ରଦାନ କରାଯିବ। ଚାଷୀଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ପୂର୍ବ ସରକାର ଚାଷୀଙ୍କୁ ଅବହେଳା କରିଥିବା ବେଳେ ବର୍ତ୍ତମାନ ସରକାର ଚାଷୀଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛି। ଡବଲ୍ ଇଞ୍ଜିନ୍ ସରକାର ରାଜ୍ୟର ଦ୍ରୁତ ବିକାଶ ପାଇଁ କାମ କରୁଥିବା ବେଳେ ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳର ବିକାଶ ଏବଂ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ଆବଶ୍ୟକତା ଓ ଆଶା ଅନୁଯାୟୀ ସରକାର କାମ କରୁଥିବାରୁ ଏହା ଏକ ଲୋକାଭିମୁଖୀ ସରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories