Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ ଅଞ୍ଚଳ ରେ ଜନନୀ ଯନ୍ତ୍ରଣା, ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ।

କଳାହାଣ୍ଡି,୧୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଲେକାଆମ ଗାଁ ରେ ଗୁରୁବାର ଦିନ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଦୁଃଖଦ ଘଟଣା। ଏହି ଗାଁ ର ସମ୍ବାରୁ ସାନ୍ତା ଙ୍କ ପତ୍ନୀ ଦୂର ସାନ୍ତା (୩୫) ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ସମ୍ବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲା ମୈଦଲପୁର ସିଏଚସି ରୁ ୧୦୮ ଆମ୍ବୁଲାନ୍ସ ମହିଳା ଙ୍କୁ ଡାକ୍ତରଖାନା ଆଣିବା ପାଇଁ ଯାଇଥିବା ବେଳେ ଗାଁ କୁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥବାରୁ ୨ କିମି ଦୁରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ଆମ୍ବୁଲାନ୍ସ ର ଡ୍ରାଇଭର ଡମ୍ବରୁ ହରିଜନ ଗାଁ କୁ ଚାଲି ଚାଲି ଯିବା ସହ ଗର୍ଭବତୀ ମହିଳାଙ୍କ ପରିବାର ଲୋକଙ୍କ ସହ ଏକ ଖଟିଆ ରେ ୨ କିମି ପ୍ରସୂତି ମହିଳା ଙ୍କୁ ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।ପରେ ଗର୍ଭବତୀ ମହିଳା ଙ୍କୁ ମୈଦଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମହିଳା ଏକ ଶିଶୁକନ୍ୟା ପ୍ରସବ କରିଥିଲେ।ଉଭୟ ମା ଓ ଝିଅ ସୁସ୍ଥ ଥିବା ଜଣାପଡିଛି। ତେବେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ମାନବିକତା ନିଶ୍ଚୟ ଅନ୍ୟ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ପାଇଁ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି।
ସୂଚନାମତେ କୋକସରା ବ୍ଲକ ଆମପାଣି ପଞ୍ଚାୟତ ରେ ଥିବା କୁଟରୁ, ଲେକାଆମ,ବାଘ ଝରଣ,ସର୍ଗିପାନୀ, ଆନ୍ଧି ଝରଣ,ଗୋଇ ଚଞ୍ଚରା ଭଳି ଦୁର୍ଗମ ଗିରି ଅଞ୍ଚଳ ରେ ବସବାସ କରୁଥିବା ବନବାସୀ ଆଦିବାସୀ ଜନଜାତି ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ପଡ଼ିଥିବା ବେଳେ ଅନେକ ସମୟରେ ଏଭଳି ରୋଗୀ ହେଉ ଅବା ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବା ଘଟଣା ଚିରାଚରିତ ହୋଇପଡିଛି। ଏହି ଗାଁ ଗୁଡିକ ରୁ ଆମପାଣି ପଞ୍ଚାୟତ ୧୨ କିମି ଥିବାବେଳେ କୋକସରା ବ୍ଲକ ସିଏଚସି ୨୪ କିମି ରହିଛି। ତେବେ ପଡୋଶୀ ନବରଙ୍ଗପୁର ଜିଲ୍ଲା ମୈଦଲପୁର ସିଏଚସି ମାତ୍ର ୪/୫ କିମି ରହିଥିବା ବେଳେ ଏହି ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟ ସେବା ତଥା ଅନ୍ୟ ଦୈନନ୍ଦିନ ଜୀବନ ଜୀବିକା ପାଇଁ ମୈଦଲପୁର ଉପରେ ନିର୍ଭର କରୁଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏସବୁ ଗାଁ କୁ ଗମନାଗମନ,ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଜଙ୍ଗଲ ମଧ୍ୟରେ ବସତି ସ୍ଥାପନ କରି ରହୁଥିବା ବନବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories