Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ, ରେସଲରଙ୍କ ଆନ୍ଦୋଳନକୁ ବିଜେପି ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ହରିୟାଣାରୁ ବିଜେପିର ସାଂସଦ ବ୍ରିଜେନ୍ଦ୍ର ସିଂ ପ୍ରଦର୍ଶନକାରୀ ପହିଲମାନଙ୍କ ସମର୍ଥନ କରିଛନ୍ତି। ସେ କହିଛନ୍ତି ଖେଳାଳିମାନଙ୍କ ଦ୍ଵାରା ପଦକକୁ ଗଙ୍ଗାରେ ଭସାଇବା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହୃଦୟବିଦାରକ। ମଙ୍ଗଳବାର ବିରୋଧ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ସିଂ କହିଛନ୍ତି, ସେମାନଙ୍କୁ ନିଜର ପଦକ ଗଙ୍ଗାରେ ଫିଙ୍ଗିବାକୁ ବାଧ୍ୟ କରାଯାଉଛି।

ସେ କହିଛନ୍ତି, ଏହି ମାମଲାକୁ ସେହି ସମୟରେ ସମାଧାର କରି ଦେବାର ଥିଲା, ଯେତେବେଳେ କିଛି ମାସ ପୂର୍ବେ ରେସଲରମାନେ ଧାରଣାରେ ବସିଥିଲେ। ସେମାନେ ଅଲିମ୍ପିକ, ଏସୀୟ କ୍ରୀଡା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ଵ ଚାମ୍ପିଅନସିପ ଆଦି ଜିତିବା ପାଇଁ ଜୀବନସାରା ତପସ୍ୟା, କଠୋର ପରିଶ୍ରମ କରିଛନ୍ତି। କିଏ ଚାହିଁବ ନିଜର ସବୁଠୁ ମୂଲ୍ୟବାନ ଜିନିଷକୁ ଗଙ୍ଗାରେ ଫିଙ୍ଗିବାକୁ ? ସେମାନଙ୍କୁ ଏମିତି କରିବାକୁ ବାଧ୍ୟ କରାଯାଉଛି ବୋଲି ବିଜେପି ସାଂସଦ କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ପୁଅ ବ୍ରିଜେନ୍ଦ୍ର ସିଂ କହିଛନ୍ତି, ଗତଥର ମୁଁ ଏହି ଧରଣର ଏକ ଖବର ଶୁଣିଥିଲି, ଯେବେ ମହମ୍ମଦ ଅଲୀ ଜାତିଆଣ ଆକ୍ଷେପର ସାମ୍ନା କରିଥିଲେ ଏବଂ ଅହିଓରେ ନିଜର ଅଲିମ୍ପିକ ସ୍ଵର୍ଣ୍ଣ ପଦକ ଫିଙ୍ଗି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ବ୍ରିଜେନ୍ଦ୍ର ଏବଂ ତାଙ୍କ ବାପା ବୀରେନ୍ଦ୍ର ଉଭୟ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଦୁଇ ବାପା-ପୁଅ କୃଷକ ଆନ୍ଦୋଳନ ସମୟରେ କୃଷକଙ୍କ ସମର୍ଥନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ