Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଭାରତ ଭାଗ୍ୟ ବିଧାତା’ର ଧୀମା ଆରମ୍ଭ, ପ୍ରଥମ ଦିନରେ ମାତ୍ର ୬୬ ଲକ୍ଷ ଟଙ୍କା ଆୟ

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନୂଆ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାସ୍ତବ ଘଟଣାରୁ ପ୍ରେରିତ ଏହି ଫିଲ୍ମରେ କଙ୍ଗନା ‘ଗୀତା’ ନାମକ ଜଣେ ନର୍ସଙ୍କ ଭୂମିକାରେ ନଜର ଆସିଛନ୍ତି। ସମାଲୋଚକମାନଙ୍କ ପକ୍ଷରୁ ତାଙ୍କ ଅଭିନୟକୁ ପ୍ରଶଂସା ମିଳୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟିର ଆରମ୍ଭ ନିରାଶାଜନକ ରହିଛି। ମୁକ୍ତିଲାଭର ପ୍ରଥମ ଦିନରେ ଫିଲ୍ମଟି ମାତ୍ର ୬୬ ଲକ୍ଷ ଟଙ୍କା ଆୟ କରିଛି।

ରିପୋର୍ଟ ଅନୁଯାୟୀ, ଦେଶବ୍ୟାପୀ ୨,୦୯୬ଟି ଶୋ’ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ଆୟ ଆଶାଠାରୁ କମ୍ ରହିଛି। ତେବେ ସପ୍ତାହାନ୍ତରେ ଦର୍ଶକଙ୍କ ଭିଡ଼ ବଢ଼ିବା ସହ କଲେକ୍ସନରେ କିଛି ଉନ୍ନତି ହେବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ଏହି ଫିଲ୍ମ ସହିତ ବେଦାଙ୍ଗ ରୈନା ଓ ଶର୍ବରୀ ୱାଘଙ୍କ ‘ମେଁ ୱାପସ ଆଉଙ୍ଗା’ ଏବଂ ମନୋଜ ବାଜପେୟୀଙ୍କ ‘ଗଭର୍ନର’ ମଧ୍ୟ ଏକାସାଙ୍ଗରେ ମୁକ୍ତିଲାଭ କରିଛି।

ଉଲ୍ଲେଖଯୋଗ୍ୟ ଯେ, କଙ୍ଗନା ରଣାୱତଙ୍କ ଗତ କିଛି ବର୍ଷର ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ବିଶେଷ ସଫଳତା ପାଇନାହାଁନ୍ତି। ତାଙ୍କ ପୂର୍ବ ଫିଲ୍ମ ‘ଇମର୍ଜେନ୍ସି’ ପ୍ରାୟ ୬୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଥିବା ବେଳେ ଭାରତରେ କେବଳ ୨୩.୮୧ କୋଟି ଟଙ୍କା ଆୟ କରିଥିଲା। ସେହିପରି ‘ତେଜସ’ ଓ ‘ଚନ୍ଦ୍ରମୁଖୀ-୨’ ମଧ୍ୟ ବକ୍ସ ଅଫିସରେ ନିରାଶ କରିଥିଲା। ଏଭଳି ସ୍ଥିତିରେ ‘ଭାରତ ଭାଗ୍ୟ ବିଧାତା’ କଙ୍ଗନାଙ୍କ ପାଇଁ କେତେ ଦୂର ସଫଳତା ଆଣିପାରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories