Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା, ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ।

କଳାହାଣ୍ଡି,୧୩/୦୬
କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ BMW କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି। କାର ର ନଂ (ଏଚ ଆର ୨୬ ସି ବି ୫୩୮୪) କୁ ଦେଖିଲେ ଏହା ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି। ସେହିପରି ହାଇୱାର ନଂ (ଓଡ଼ି ୧୮ ଜି ୪୯୩୨) ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାର ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ବୋଲି ଜଣାପଡିଛି।ଅନ୍ୟପଟେ, ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ