Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖେଳାଳିଙ୍କ ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଦୌଡ଼ି ପଳାଇଲେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂପ୍ରତି ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ କିଛି ମିଡିଆକର୍ମୀ ଖେଳାଳିଙ୍କ ପ୍ରସଙ୍ଗରେ ପ୍ରଶ୍ନ କରୁଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ମାଇକକୁ ଧକ୍କା ଦେଇ ଗାଡ଼ିରେ ବସି ପଡୁଛନ୍ତି ମୀନାକ୍ଷୀ। ଭିଡିଓକୁ ସେୟାର କରି କଂଗ୍ରେସର ଅନେକ ନେତା ମୀନାକ୍ଷୀ ଲେଖିଙ୍କ ଉପରେ ତାର୍ତ୍ସଲ୍ୟ କରିଛନ୍ତି।

ମୀନାକ୍ଷୀ ଲେଖି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ, ଏହି ସମୟରେ ସାମ୍ବାଦିକମାନେ ଖେଳାଳିଙ୍କ ବିରୋଧ ପ୍ରଦର୍ଶନ ଉପରେ ପ୍ରଶ୍ନ କରିଥିଲେ। ହେଲେ ସେ ଏହାର ଉତ୍ତର ନଦେଇ ଗାଡ଼ିରେ ବସି ପଡ଼ିଥିଲେ। ହେଲେ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ, ମୀନାକ୍ଷୀ ଲେଖି ଏମିତି କାହିଁକି ଦୌଡ଼ିଲେ। କିନ୍ତୁ କଂଗ୍ରେସ ଏବଂ ଆପ୍ ଏହି ଭିଡିଓକୁ ସେୟାର କରି ତୀବ୍ର ପ୍ରତିକ୍ରୟା ଦେଇଛନ୍ତି।

କଂଗ୍ରେସ ନିଜର ଟୁଇଟର ହ୍ୟାଣ୍ଡେଲରେ ଭିଡିଓକୁ ସେୟାର କରି ଲେଖିଛି ଯେ, ମହିଳା ପହିଲମାନଙ୍କ ପ୍ରସଙ୍ଗରେ ମୀନାକ୍ଷୀ ଲେଖି ଦେଇଛନ୍ତି କଡ଼ା ଟିପ୍ପଣୀ। କଂଗ୍ରେସ ନେତା ଆଲୋକ ଶର୍ମା ଲେଖିଛନ୍ତି, ଆଜି ଯେବେ ଦେଶର ଝିଅ ସହିତ ଛିଡ଼ା ହେବାର ସମୟ, ସେଠି ବିଜେପି ସାଂସଦ ଛିଡ଼ା ହେବା ପରିବର୍ତ୍ତେ ପଳାୟନ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଝୁଲା ଉଠାଇ ପଳାୟନ କରିବାର ସମୟ ଆସି ଯାଇଛି, କେବଳ ମୀନାକ୍ଷୀ ଲେଖି ନୁହନ୍ତି ବରଂ ପୂରା ମୋଦୀ ସରକାରଙ୍କ।

ଆମ୍ ଆଦମୀ ପାର୍ଟି ଭିଡିଓ ସେୟାର କରି ଲେଖିଛି, ପହିଲମାନଙ୍କ ସଂପର୍କିତ ପ୍ରଶ୍ନ ଶୁଣି ପଳାୟନ କରୁଛନ୍ତି ଲଜ୍ଜାହୀନ ମନ୍ତ୍ରୀ। ଆପଣ ରେସଲରଙ୍କ ପ୍ରସଙ୍ଗରେ ଚୁପ୍ କାହିଁକି ଏବଂ ପ୍ରଧାନମନ୍ତ୍ରୀ ନିରବ କାହିଁକି ଅଛନ୍ତି ? ଏହାର ଉତ୍ତର ଦେବା ପରିବର୍ତ୍ତେ ମୀନାକ୍ଷୀ ଲେଖି ପଳାୟନ କରୁଛନ୍ତି। ବାସ୍ ଏତିକି କହି ପାରିଥାନ୍ତେ ଯେ, ତଦନ୍ତ ହେବାକୁ ଦିଅନ୍ତୁ, ଝିଅମାନଙ୍କୁ ଧୈର‌୍ୟ୍ୟ ରଖିବା ଉଚିତ୍। କିନ୍ତୁ ଏ କି ପ୍ରକାରର ଜନପ୍ରତିନିଧି। ପଳାୟନ କରିବା ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି ଆପ୍ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ