Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେକ୍ ଆକାଉଣ୍ଟ ଖୋଲି ଛାତ୍ରୀଙ୍କୁ ହଇରାଣ, ପୁଣି ଗିରଫ ହେଲେ ପ୍ରଫେସର

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଫେକ୍ ଆକାଉଣ୍ଟ ଖୋଲି ଜଣେ ଛାତ୍ରୀଙ୍କ ଫଟୋ ଓ ଭିଡିଓ ପ୍ରଘଟ କରିବା ସହ ତାଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଭରତପୁର ଥାନା ପୁଲିସ ପ୍ରଫେସର ଅଜିତ କୁମାର ଗୁପ୍ତାଙ୍କୁ ପୁଣିଥରେ ଗିରଫ କରିଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ଛାତ୍ରୀଙ୍କ ସହ ପରିଚୟ ପରେ ସେ ତାଙ୍କୁ କୋଲକାତାର ଏକ ପଶୁ ପ୍ରଦର୍ଶନୀକୁ ଯିବା ପାଇଁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଥିଲା।

ଘଟଣା ଜଣାପଡ଼ିବା ପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଜିତଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ଏହାପରେ ସେ ବିଭିନ୍ନ ନମ୍ବରରୁ ଫୋନ୍ କରି ଛାତ୍ରୀଙ୍କୁ ହଇରାଣ କରିବା ସହ ବିବାହ ପାଇଁ ଚାପ ପକାଉଥିଲେ। ସେହିସହିତ ଏକ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଛାତ୍ରୀଙ୍କ ଫଟୋ ଓ ଭିଡିଓକୁ ଏଡିଟ୍ କରି ପୋଷ୍ଟ କରିଥିବା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଠାଇ ଧମକ ଦେଇଥିବା ଅଭିଯୋଗ ରହିଛି। ଏନେଇ ଅଭିଯୋଗ ପରେ ପୁଲିସ ପୂର୍ବରୁ ତାଙ୍କୁ କୋଲକାତାରୁ ଗିରଫ କରି ଜେଲ୍ ପଠାଇଥିଲା।

ତେବେ ଜାମିନରେ ମୁକୁଳିବା ପରେ ମଧ୍ୟ ଅଜିତ ଗୁପ୍ତା ଛାତ୍ରୀଙ୍କୁ ହଇରାଣ କରିବା ବନ୍ଦ କରିନଥିଲେ। ପୁଣିଥରେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଭରତପୁର ପୁଲିସ ନୂଆ ମାମଲା ରୁଜୁ କରି କୋଲକାତାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। କୋର୍ଟରେ ହାଜର ପରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ