Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠ୍ୟପୁସ୍ତକର ଭୁଲ ଏବେ ପଢ଼ିବେ ଛାତ୍ରଛାତ୍ରୀ, ଆସନ୍ତା ବର୍ଷ ମିଳିବ ସଂଶୋଧିତ ବହି: SCERT

ରାଜ୍ୟର ବିଭିନ୍ନ ଶ୍ରେଣୀର ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଚିହ୍ନଟ ହେବା ପରେ SCERT ସ୍ପଷ୍ଟ କରିଛି ଯେ ଚଳିତ ଶିକ୍ଷାବର୍ଷରେ ନୂଆ ବହି ଛପା ହେବ ନାହିଁ। ଛାତ୍ରଛାତ୍ରୀମାନେ ସଂଶୋଧନ ପୁସ୍ତିକା ଓ ଶିକ୍ଷକଙ୍କ ମାର୍ଗଦର୍ଶନ ଆଧାରରେ ପାଠ ପଢ଼ିବେ। SCERT ନିର୍ଦ୍ଦେଶିକାଙ୍କ କହିବା ଅନୁସାରେ, ଛୋଟ ପିଲାଙ୍କ ବହିରେ ଶିକ୍ଷକମାନେ ତ୍ରୁଟି ସଂଶୋଧନ କରିବେ, ଯେତେବେଳେ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହଯୋଗରେ ନିଜେ ଭୁଲ ସଂଶୋଧନ କରିବେ।

ନିର୍ଦ୍ଦେଶିକା କହିଛନ୍ତି ଯେ ଏଥର ପାଠ୍ୟପୁସ୍ତକ ପ୍ରସ୍ତୁତିରେ ତ୍ରୁଟି ହୋଇଯାଇଛି ଏବଂ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଆଗାମୀ ଶିକ୍ଷାବର୍ଷରେ ସମସ୍ତ ତ୍ରୁଟି ସଂଶୋଧନ କରାଯାଇ ନୂଆ ପାଠ୍ୟପୁସ୍ତକ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହିମଧ୍ୟରେ ପାଠପଢ଼ାରେ କୌଣସି ବାଧା ନ ଆସିବାକୁ ସଂଶୋଧନ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ।

ଏପଟେ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରାଯାଇଥିବାବେଳେ ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଭୁଲଗୁଡ଼ିକର ସଂଶୋଧନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ