Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ IPS ଦୟାଲ ଗଙ୍ଗୱାର

ବାଲିଅନ୍ତାରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିବାଦରେ ଥିବା ବରିଷ୍ଠ IPS ଅଧିକାରୀ ଏବଂ ପୂର୍ବତନ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ଗଙ୍ଗୱାର ବର୍ତ୍ତମାନ ଗୃହ ବିଭାଗରେ ଓଏସଡି ଭାବେ କାର୍ଯ୍ୟରତ ଥିଲେ। ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ନାମ ବିଭିନ୍ନ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଆସିଥିଲା।

ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ ଯେ, ଦୟାଲ ଗଙ୍ଗୱାର ସୌମ୍ୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ବ୍ୟକ୍ତିଗତ ଏବଂ ଘରୋଇ କାମରେ ନିୟୋଜିତ କରୁଥିଲେ। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ସରକାର ଏହି ନିଲମ୍ବନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଏହି ମାମଲାରେ ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି ମଧ୍ୟ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ସୌମ୍ୟ ନିଜ ଡାଏରିରେ ଗଙ୍ଗୱାରଙ୍କ ଧମକ ଓ ଚାପ ସମ୍ପର୍କରେ ଉଲ୍ଲେଖ କରିଥିଲେ। କ୍ରାଇମବ୍ରାଞ୍ଚ ଡାଏରିକୁ ଜବତ କରି ତଦନ୍ତ କରୁଥିବା ବେଳେ, ଜାତୀୟ ମାନବାଧିକାର ଆୟୋଗ (NHRC) ମଧ୍ୟ ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିଥିଲା। ନିଲମ୍ବନ ପରେ ଏହି ମାମଲାର ତଦନ୍ତ ଆହୁରି ତୀବ୍ର ହେବ ବୋଲି ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories