Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳରେ ବିଦ୍ରୋହ ମଧ୍ୟରେ ଶିବସେନା ମୁଖ୍ୟ ପଦ ଛାଡ଼ିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ

ଶିବସେନା (ୟୁବିଟି) ଭିତରେ ବଢ଼ୁଥିବା ବିଦ୍ରୋହ ମଧ୍ୟରେ ଦଳ ମୁଖ୍ୟ ଉଦ୍ଧବ ଠାକରେ ନିଜ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଶିବସେନା ପ୍ରତିଷ୍ଠା ଦିବସ ଅବସରରେ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଯଦି ଦଳୀୟ କର୍ମୀମାନଙ୍କର ତାଙ୍କ ନେତୃତ୍ୱ ଉପରେ ଆସ୍ଥା ନଥାଏ, ତେବେ ସେ ଯେକୌଣସି କର୍ମୀଙ୍କୁ ଦଳର ନେତୃତ୍ୱ ଦେବାକୁ ପ୍ରସ୍ତୁତ। ତେବେ ଦଳର ଆଦର୍ଶ ପାଇଁ ସଂଗ୍ରାମ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ପ୍ରତି ଦଳର ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ବିଦ୍ରୋହ କରି ନେତୃତ୍ୱ ବିରୋଧରେ ଯିବା ପରେ ଶିବସେନା (ୟୁବିଟି) ସଙ୍କଟରେ ପଡ଼ିଛି। ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେ ଭୋଟରମାନଙ୍କ ନିକଟରେ କ୍ଷମା ମାଗିବା ସହ ଦଳ ଛାଡ଼ିଥିବା ନେତାମାନଙ୍କୁ କଡ଼ା ସମାଲୋଚନା କରିଥିଲେ। ସେହିପରି କଂଗ୍ରେସ ସହ ମେଣ୍ଟକୁ ସମର୍ଥନ କରିଥିଲେ ମଧ୍ୟ ଦଳ କଂଗ୍ରେସରେ ମିଶିଯିବ ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।

ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଓ ଏନସିପି ସହ ହାତ ମିଳାଇ ଉଦ୍ଧବ ବାଲାସାହେବ ଠାକରେଙ୍କ ଆଦର୍ଶରୁ ବିଚ୍ୟୁତ ହୋଇଛନ୍ତି। ଶିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ଗୋଷ୍ଠୀ ହିଁ ବାଲାସାହେବଙ୍କ ସ୍ୱପ୍ନ ଓ ଆଦର୍ଶକୁ ଆଗକୁ ନେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ