Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ୧୦,୩୭୨ ସିଟ୍, ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ (ସ୍ନାତକ) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ସିଟ୍ ସଂଖ୍ୟା ବୃଦ୍ଧି କରିଛି। ଛାତ୍ରଛାତ୍ରୀଙ୍କ ଅଧିକ ଆବେଦନକୁ ଦୃଷ୍ଟିରେ ରଖି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମୋଟ ୧୦ ହଜାର ୩୭୨ଟି ନୂଆ ସିଟ୍ ଯୋଡ଼ାଯାଇଛି।

ଏହି ବୃଦ୍ଧି ପାଇଥିବା ସିଟ୍‌ ମଧ୍ୟରୁ ସରକାରୀ କଲେଜଗୁଡ଼ିକରେ ୪,୬୮୪ଟି ସିଟ୍ ଯୋଡ଼ାଯାଇଥିବାବେଳେ ୪୮୮ଟି ବେସରକାରୀ କଲେଜରେ ୩,୪୧୬ଟି ସିଟ୍ ବୃଦ୍ଧି କରାଯାଇଛି। ସେହିପରି ୬୬୨ଟି ଅନୁଦାନପ୍ରାପ୍ତ କଲେଜରେ ୧,୦୫୬ଟି ଏବଂ ରାଜ୍ୟ ପବ୍ଲିକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧,୨୧୬ଟି ସିଟ୍ ବୃଦ୍ଧି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର କହିବାନୁସାରେ, ଯୁକ୍ତ ୩ ନାମଲେଖା ପାଇଁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଆବେଦନ ଆସିଥିବାରୁ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ଏହି ସିଟ୍ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ