Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେସନ୍ସ କପ୍‌ ଫାଇନାଲରେ ଭାରତୀୟ ମହିଳା ହକି ଦଳ

ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖି ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୬-୦ ଗୋଲ୍‌ରେ ଚିଲିକୁ ଏକତରଫା ଭାବେ ପରାସ୍ତ କରି ଖିତାବ ଲଢ଼େଇରେ ସ୍ଥାନ ପକ୍କା କରିଛି। ଲିଗ୍‌ ପର୍ଯ୍ୟାୟରେ ଅପରାଜିତ ରହିଥିବା ଭାରତ ସେମିଫାଇନାଲରେ ମଧ୍ୟ ନିଜର ଦବଦବା ବଜାୟ ରଖିଥିଲା।

ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ନବନୀତ କୌର ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ପରେ ସେ ଆଉ ଏକ ଗୋଲ୍‌ ଦେଇ ଦଳର ଅଗ୍ରଣୀ ବଢ଼ାଇଥିଲେ। ଦୀପିକା ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିବା ବେଳେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୪-୦ ଗୋଲ୍‌ରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରରେ ନେହା ଓ ଋତୁଜା ଦାଦାସୋ ପିସାଲ ଗୋଲ୍‌ କରି ସ୍କୋରକୁ ୬-୦ରେ ପହଞ୍ଚାଇଥିଲେ।

ଅନ୍ତିମ କ୍ୱାର୍ଟରରେ ଆଉ କୌଣସି ଗୋଲ୍‌ ହୋଇନଥିଲେ ମଧ୍ୟ ଭାରତ ସହଜରେ ବିଜୟ ହାସଲ କରିଥିଲା। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆମେରିକାକୁ ୪-୧ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏବେ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖିତାବ ପାଇଁ ମୁକାବିଲା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ