Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେୟର୍ ଷ୍ଟାର୍ମରଙ୍କ ଇସ୍ତଫା ଘୋଷଣା; ୭ ବର୍ଷରେ ବ୍ରିଟେନ୍‌କୁ ମିଳିପାରେ ଷଷ୍ଠ ପ୍ରଧାନମନ୍ତ୍ରୀ

ବ୍ରିଟେନ୍‌ର ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ନିଜ ଦଳ ଲେବର୍ ପାର୍ଟିର ସାଂସଦମାନଙ୍କ ଚାପ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନ୍‌ ଗତ ଏକ ଦଶକ ମଧ୍ୟରେ ସପ୍ତମ ପ୍ରଧାନମନ୍ତ୍ରୀ ପାଇବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି।

ଷ୍ଟାର୍ମରଙ୍କ ଉତ୍ତରାଧିକାରୀ ଭାବେ ଗ୍ରେଟର୍ ମାଞ୍ଚେଷ୍ଟରର ପୂର୍ବତନ ମେୟର ଆଣ୍ଡି ବର୍ନହାମଙ୍କ ନାମ ସବୁଠାରୁ ଆଗରେ ରହିଛି। ସେ ସମ୍ପ୍ରତି ସାଂସଦ ଭାବେ ଶପଥ ନେଇଥିବାବେଳେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି। ଅନ୍ୟ ଜଣେ ସମ୍ଭାବ୍ୟ ଦାବିଦାର ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ୱେସ୍‌ ଷ୍ଟ୍ରିଟିଙ୍ଗ୍‌ ନିଜେ ଦୌଡ଼ରୁ ଓହରି ଆଣ୍ଡି ବର୍ନହାମଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

ମାତ୍ର ଦୁଇ ବର୍ଷ ପୂର୍ବେ ବିପୁଳ ବହୁମତ ସହ ଲେବର୍ ପାର୍ଟି କ୍ଷମତାକୁ ଆସିଥିଲା ଏବଂ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କ ଇସ୍ତଫା ଘୋଷଣା ବ୍ରିଟେନ୍‌ର ରାଜନୀତିକ ଅସ୍ଥିରତାକୁ ପୁଣି ଥରେ ସାମ୍ନାକୁ ଆଣିଛି। ବ୍ରେକ୍ସିଟ୍‌ ପରଠାରୁ ଦେଶରେ ଲଗାତାର ନେତୃତ୍ୱ ପରିବର୍ତ୍ତନ ଘଟୁଥିବାବେଳେ, ନୂଆ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବ୍ରିଟେନ୍‌ କିପରି ଆଗକୁ ବଢ଼ିବ ସେଥିପ୍ରତି ସମଗ୍ର ବିଶ୍ୱର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ