ମେଲାଣି ନେଲେ ମା ବ୍ରାହ୍ମଣ ଦେବୀ, ପୁଣି ଅପେକ୍ଷା ଦୁଇ ବର୍ଷକୁ


ବେଲଗୁଣ୍ଠା -୩୧/୫-ବାପ ଘରକୁ ଆସି ମାଁ ବ୍ରାହ୍ମଣ ଦେବୀ ଦୀର୍ଘ ୩୮ଦିନର ଦେବୀଲୀଳା ସମ୍ପନ୍ନ କରି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବେଲଗୁଣ୍ଠା ବାସୀ ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ମାଁ ବେଲଗୁଣ୍ଠା ଆଗମନ କରିଥିଲେ ।ଗତ ୨୯ ତାରିଖରେ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ଶାନ୍ତି ହୋମ ହୋଇଥିଲା । ହୋମ ସମାପ୍ତ ହେବା ପରେ ସୋମବାର ଦିନ ମାଁ ବ୍ରାହ୍ମଣ ଦେବୀ ଉତ୍ତରାୟଣ ଯାତ୍ରା କରି ସିଂହବାହିନୀ ବେଶରେ ବେଲଗୁଣ୍ଠା ଆରାଧ୍ୟ ଦେବ ଲକ୍ଷ୍ମୀ ନୃସିଂହଙ୍କ ପୀଠରେ ବିରାଜ ମାନ କରିଥିଲେ । ମଙ୍ଗଳବାର ଦିନ ବୈଠକ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଗୋଟିଏ ଭରତ ଲୀଳା ଓ ଦୁଇ ଗୋଟି ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ମଙ୍ଗଳବାର ଦିନ ସାରା ମାଁ ଙ୍କୁ ସିଂହ ବାହିନୀ ରୁପେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ମାଁ ଙ୍କୁ ସିଂହ ବାହିନୀ ରୂପରେ ଦର୍ଶନ କଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ବାସ ରହିଛି । ରାତି ପ୍ରାୟ ୯ ଘଣ୍ଟ ସମୟରେ ମାଁ ବଡ଼ଦାଣ୍ଡ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ବିଜେ କରିଥିଲେ ।ତା ପରେ ଆରମ୍ଭ ହୋଇଥିଲା ମେଲାଣି ପର୍ବ । ସଂଧ୍ୟା ସମୟରେ ମାଁ ଙ୍କୁ ଦର୍ଶନ କରିବା ସମୟରେ ଏକ ଭାବବିହ୍ୱଳ ପୁର୍ଣ ପରିବେଶ ସୃଷ୍ଟି ହୋଇଥିଲା । ମାଁ ବିଦାୟ ନେବେ ବୋଲି ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା । ମାଁ ଙ୍କ ପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ପୁରୋହିତଙ୍କ ବେଳ ନକ୍ଷତ୍ର ହିସାବରେ ମଙ୍ଗଳବାର ରାତି ୧.୨୭ ପରେ ମାଁ ଙ୍କ ମୃଣ୍ମୟୀ ମୁଖ ମଣ୍ଡଳ କୁ ତାଙ୍କ ପିତା କୈଳାସ ପାତ୍ର ମସ୍ତକରେ ଧାରଣ କରି ମନ୍ଦିର ଅଭିମୁଖେ ବାହାରିଥିଲେ । ବେଲଗୁଣ୍ଠା ଯାତ୍ରା ପରମ୍ପରା ଅନୁଯାୟୀ ମାଁ ଙ୍କ ମେଲାଣି ବେଳେ ନିଶାର୍ଦ୍ଧ ରାତିରେ ସହର ନିଶବ୍ଦ ହେବା ସହିତ ଗୋଟିଏ ଫଟା ଘଣ୍ଟ ବଜାଇ ବଜାଇ ନିଆଯାଇଥାଏ । କୋଳାହଳ ଶୂନ୍ୟ ପରିବେଶରେ ମାଁ ରାତ୍ର ପ୍ରାୟ ୩ ଟା ବେଳେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାଁ ଙ୍କ ମୁଖମଣ୍ଡଳକୁ ନିଜସ୍ଵ ପ୍ରତିମା ନିକଟରେ ସ୍ଥାପନା କରାଯାଇଥିଲା । ଏଥି ସହିତ ବେଲଗୁଣ୍ଠା ବାସିନ୍ଦା ମାଁ ବ୍ରାହ୍ମଣ ଦେବୀଙ୍କୁ ମେଲାଣି ଦେଇଥିଲେ ।ଏଥି ସହିତ ଦୀର୍ଘ ୩୮ ଦିନର ଯାତ୍ରା ସମାପନ ହୋଇଥିଲା । ମାଁ ଙ୍କ ଆଶିର୍ବାଦରୁ ବେଲଗୁଣ୍ଠା ସହରରେ ଏ ବର୍ଷ ଯାତ୍ରା ସରସ ସୁନ୍ଦର ହୋଇ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ଯାତ୍ରା ମହୋତ୍ସବ କମିଟି ସଭାପତି ପୁର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ତଥା ନଗରପାଳ ଫିରୋଜ କୁମାର ସେଠୀ, ଉପସଭାପତି ତଥା ଉପ-ନଗରପାଳ ଟି.ବବିତା କୁମାରୀ, ଏବଂ ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ଯାତ୍ରା ମହୋତ୍ସବ ସଂଯୋଜକ ତଥା କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଉପଦେଷ୍ଟା ତଥା ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ, ବେଲଗୁଣ୍ଠା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଥାନାଧିକାରୀ ପ୍ରକାଶ କୁମାର ସାହୁ, କାଉନସିଲର ଭାସ୍କର ପାତ୍ର,ଲିଜା ବେହେରା, ପ୍ରିୟମ୍ବଦା ସାମଲ, କାହ୍ନୁଚରଣ ସାହୁ, ପ୍ରଦୀପ କୁମାର ସେଠୀ, ଦିଲ୍ଲୀପ କୁମାର ଆଚାରୀ, ପ୍ରଗତି ପାତ୍ର, ପ୍ରତିମା ସ୍ୱାଇଁ, ବିଶ୍ୱନାଥ ଦଳେଇ , କୋଳି ସାହି ଯାତ୍ରା କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ,ପୁରୋହିତ ପଞ୍ଚାନନ ପତି ଓ ପ୍ରଶାନ୍ତ ପତି,କୋଳି ସାହି କମିଟି,ବେଲଗୁଣ୍ଠା ପ୍ରେସ୍ କ୍ଳବ, ବେଲଗୁଣ୍ଠା ପୋଲିସ୍, ବେଲଗୁଣ୍ଠା ଅଗ୍ନିଶମ ବିଭାଗ , ବେଲଗୁଣ୍ଠା ସହରବାସୀ ଏ ବର୍ଷ ଯାତ୍ରା ପରିଚାଳନା କରିଥିବା ବେଳେ ରଙ୍ଗଣୀପାଟଣା,ଇପାରୀ ଶ୍ୟାମସୁନ୍ଦର ପାତ୍ର ଓ ପରିବାର,କେଉଟ ସାହି, ରେଡିକା ସାହି, କ୍ଳବ ୯୯,ଖଦାଳ ପୋଲେଇ ଓ ପରିବାର, ରବୀନ୍ଦ୍ରନାଥ ମହାପାତ୍ର ଓ ପରିବାର, ବିଶ୍ୱନାଥ ତ୍ରିପାଠୀ ଓ ପରିବାର,ବାଲିଡି ସାହି,ପଣ୍ଡା ସାହି, ବେଲଗୁଣ୍ଠା ଏନ୍ଏସି, ବେଲଗୁଣ୍ଠା ପରିବା ବ୍ୟବସାୟୀ ସଂଘ,ଧୋବା ସା଼ହି ପ୍ରମୁଖ ଆଡ଼ମ୍ବରପୁର୍ଣ ପଟୁଆର ଓ ବାଣଯାତ୍ରା ସହିତ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା କରାଇ ଯାତ୍ରାକୁ ସଫଳ କରାଇଥିଲେ ।