Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଡକ ଦୂର୍ଘଟଣାରେ ପ୍ରେମିକର ଜୀବନ ଯିବାର ଖବର ପାଇ ପ୍ରେମିକା ଝୁଲିଲା ଫାଶିରେ

ସମ୍ବଲପୁର : ପ୍ରେମିକର ମୃ୍ତ୍ୟୁ ପରେ ପ୍ରେମିକା ଚଢିଛି ଫାଶିରେ । ଉଭୟ ପ୍ରେମିକ ପ୍ରେମିକା ଗତକାଲି ପଡିଆବାହାଲ ସାପ୍ତାହିକ ହାଟରେ ବେଶ ଗପସପ କରିଥିଲେ । ହସ ଖୁସୀରେ ମଧ୍ୟାହ୍ନ କଟାଇ ପ୍ରେମିକ ବିପ୍ର କିଶାନ (୨୪) ନିଜ ଘର ଜମନକିରା ବ୍ଲକର ଚିନିମହୁଲ ଗ୍ରାମକୁ ପଲସର ବାଇକରେ ଫେରୁଥିବା ବେଳେ ଗୌଡପାଲି କନକ ଦୂର୍ଗା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକରେ ପିଟି ହେଇ ଘଟଣା ସ୍ଥଳରେ ସଡକ ଦୂର୍ଘଟଣା ରେ ମୃ୍ତ୍ୟୁ ବରଣ କରିଥିଲେ । ନିମ୍ନ ମାନର ରାସ୍ତା ଯୋଗୁଁ ଏଭଳି ଦୂର୍ଘଟଣା ଘଟିଥିବା ଅଭିଯୋଗ କରି ଘଟଣା ସ୍ଥଳରେ ଲୋକାରଣ୍ୟରେ ପରିଣତ ହୋଇ ଚାପା ଉତ୍ତେଜନା ସୃଷ୍ଟି ହେବାସହ ସମ୍ବଲପୁର କଲିକତା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଏହି ସମୟରେ ମୃତ ବ୍ୟକ୍ତିର ଫୋନ କଲକୁ ଆଧାର କରି ପୋଲିସ ର ଫୋନକଲ ଯାଞ୍ଚ ସମୟରେ ପ୍ରେମିକା ଭୟଭିତ ହୋଇଯାଇଥିଲା । ପ୍ରେମିକର ମୃ୍ତ୍ୟୁକୁ ସହି ନପାରି ଶେଷରେ ପ୍ରେମିକା ସନ୍ଦ୍ୟାରେ ଗାଁ ମୁଣ୍ଡ ଆମ୍ବ ଗଛକୁ ଚଢି ରଶି ଲଗାଇ ଫାଶିରେ ଝୁଲି ପଡିଥିଲା। ଏଭଳି ଘଟଣା ଘଟିଛି ଡଙ୍ଗରପଡା ପଞ୍ଚ।ୟତର ସଦାପାଲି ଗାଁର ତଳିପଡାରେ। ବୀର ମିର୍ଦ୍ଧାଙ୍କ ୨୦ ବର୍ଷର ଝିଅ ସୁନିତା ଏଭଳି ଚରମ ନିଷ୍ପତ୍ତି ନେଇଥିଲା । ଗାଁ ଲୋକ ଖବର ପାଇ ଶବକୁ ସତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଯୁଯୋମୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଆଜି ଶବ ବ୍ୟବଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିବାରୁ ଅପରାହ୍ନରେ ଶବ ସତ୍କାର କରାଯାଇଛି। ତେବେ ୨ ପ୍ରେମିକ ପ୍ରେମିକା ସ୍ୱପ୍ନ ଦେଖୁ ଦେଖୁ ଅକାଳରେ ଝଡିଯାଇଥିବା ଏହି ୨ ଜୀବନକୁ ନେଉ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।