Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୟଙ୍କର ଭୂମିକମ୍ପରେ ଥରିଲା ଭେନେଜୁଏଲା: ମୃତ୍ୟୁସଂଖ୍ୟା ୯୨୦ ଟପିଲା, ହଜାର ହଜାର ଆହତ

ଦକ୍ଷିଣ ଆମେରିକାର ଭେନେଜୁଏଲାରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୯୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩,୩୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ଅନେକ ଲୋକ ଏବେ ବି ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୂପ ଭିତରେ ଜୀବିତ ଲୋକଙ୍କୁ ଖୋଜିବାରେ ଲାଗିଥିବା ବେଳେ ପରିବାର ଲୋକମାନେ ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ପାଇବାକୁ ଅପେକ୍ଷା କରିଛନ୍ତି।

ବୁଧବାର ପରପରି ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଭେନେଜୁଏଲାକୁ ଦୋହଲାଇ ଦେଇଥିଲା। ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ ହୋଇଥିଲା, ଯାହାକି ଗତ ଏକ ଶତାବ୍ଦୀ ମଧ୍ୟରେ ଦେଶରେ ଅନୁଭୂତ ହୋଇଥିବା ସବୁଠାରୁ ଶକ୍ତିଶାଳୀ କମ୍ପନ ମଧ୍ୟରୁ ଗୋଟିଏ। ରାଜଧାନୀ କାରାକାସ ସମେତ ଉତ୍ତର ଭେନେଜୁଏଲାର ଅନେକ ଅଞ୍ଚଳରେ ଡଜନରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଲା ଗୁଆଇରା ଅଞ୍ଚଳ, ଯେଉଁଠାରେ ଦେଶର ପ୍ରମୁଖ ବନ୍ଦର ଏବଂ ସିମୋନ ବୋଲିଭାର ଅନ୍ତର୍ଜାତୀୟ ବିମାନବନ୍ଦର ଅବସ୍ଥିତ।

ଆହତମାନଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବିଭିନ୍ନ ଦେଶରୁ ଶତାଧିକ ଉଦ୍ଧାରକାରୀ ଦଳ ଭେନେଜୁଏଲାରେ ପହଞ୍ଚି ସାରିଛନ୍ତି ଏବଂ ଆହୁରି ସହାୟତାକାରୀ ଟିମ୍ ଆସୁଛନ୍ତି। ଉଦ୍ଧାର ଅଭିଯାନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ