Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ୧୦ ଘଣ୍ଟା ଅଫଲାଇନ୍ ରହିଥିଲେ ଅଭିଯୁକ୍ତ ଚେତନ, ପୋଲିସ କହିଲା- ଏହି ଚାଲ୍ ହିଁ ହେଲା ସବୁଠୁ ବଡ଼ ପ୍ରମାଣ

ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ତଦନ୍ତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ଚେତନ ଚୌଧୁରୀ ଘଟଣାଦିନ ପ୍ରାୟ ୧୦ ଘଣ୍ଟା ୪୦ ମିନିଟ୍ ଧରି ନିଜ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରଖିଥିବା ଜଣାପଡ଼ିଛି। ପୋଲିସର ସନ୍ଦେହ, ଡିଜିଟାଲ୍ ନଜରଦାରିରୁ ବଞ୍ଚିବା ପାଇଁ ସେ ଜାଣିଶୁଣି ଏପରି କରିଥିଲେ। ସକାଳ ପ୍ରାୟ ୭ଟାରେ ଇଣ୍ଟରନେଟ୍ ବନ୍ଦ କରିବା ପରେ ସେ ଲୋହଗଡ଼ ଦୁର୍ଗ ଅଭିମୁଖେ ଯିବା ସମୟରେ ଅନ୍ୟ ଜଣଙ୍କ ମୋବାଇଲ୍‌କୁ ସୀମିତ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ତଦନ୍ତକାରୀଙ୍କ ଦାବି ଅନୁସାରେ, ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ଥିବା ସତ୍ତ୍ୱେ ଚେତନ ନିଜ ପରିଚୟ ଲୁଚାଇବା ପାଇଁ ଏକ ମୋଟା ଶୀତବସ୍ତ୍ର (ହୁଡି) ପିନ୍ଧିଥିଲେ। ପୋଲିସ କହିଛି ଯେ, ଅପରାହ୍ନ ପ୍ରାୟ ୨.୩୦ଟା ବେଳେ ସିୟା ଗୋୟଲ ବିଞ୍ଚୁ କାଟା ରିଜ୍ ନିକଟରେ ଏକ ନିଛାଟିଆ ସ୍ଥାନରେ ବସିବା ପୂର୍ବ ଯୋଜନାର ସଙ୍କେତ ଥିଲା। ଏହା ପରେ ଚେତନ ଲୁଚିଥିବା ସ୍ଥାନରୁ ବାହାରି କେତନଙ୍କୁ ଖାଇକୁ ଠେଲି ଦେଇଥିବା ଅଭିଯୋଗ ରହିଛି।

ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟ୍‌ରେ ଚେତନ ପୁଣି ଥରେ ମୋବାଇଲ୍ ଇଣ୍ଟରନେଟ୍ ଚାଲୁ କରିଥିଲେ। ପୋଲିସ କହିଛି, ଦୀର୍ଘ ସମୟ ଅଫଲାଇନ୍ ରହି ହଠାତ୍ ଅନଲାଇନ୍ ହେବାର ଏହି ତଥ୍ୟ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଲଟିଥିଲା। ଏପଟେ ରବିବାର ପୋଲିସ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କୁ ସାଙ୍ଗରେ ନେଇ ଲୋହଗଡ଼ ଦୁର୍ଗରେ କ୍ରାଇମ୍ ସିନ୍‌ର ପୁନଃନିର୍ମାଣ କରିଥିଲା। ପୁଣେ ଗ୍ରାମାଞ୍ଚଳ ଏସପି ସନ୍ଦୀପ ସିଂ ଗିଲ୍ କହିଛନ୍ତି ଯେ, ଅଭିଯୁକ୍ତମାନେ କେଉଁ ରାସ୍ତାରେ ଯାଇଥିଲେ, କେଉଁଠାରେ ଛିଡ଼ା ହୋଇଥିଲେ ଏବଂ କିପରି ସମଗ୍ର ଘଟଣା ଘଟିଥିଲା, ତାହାର ସମ୍ପୂର୍ଣ୍ଣ ପୁନଃନିର୍ମାଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories