Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋ ତୋ ମୁଣ୍ଡା ପଞ୍ଚାୟତ ରେ ଲୋକଙ୍କ ଅଭିଯୋଗ ଶୁଣିଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ। ବୁଧବ୍ବାର ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଗୋତୋମୁଣ୍ଡା ପଞ୍ଚାୟତ ର ଲୋକଙ୍କ ଅଭିଯୋଗ ପରେ ପଞ୍ଚାୟତ ର ପିପଲ ଝାପର ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ବୁଝିବା ସହ ଶୀଘ୍ର ସମସ୍ୟା ର ସମାଧାନ କରିବା ଦିଗରେ ବ୍ଲକ ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଲୋକଙ୍କ ଅଭିଯୋଗ ଅନୁସାରେ ଖଜୁରୀ ଓ ଦରଲୀ ବନ୍ଧ ର ପୁନରୁଦ୍ଧାର, ପାନୀୟ ଜଳ ପାଇଁ ପିପଲ ଝାପର ଓ ଜାମପଡା ରେ ନଳକୂପ ଖନନ, ବିଭିନ୍ନ ରାସ୍ତା ର ସଂଯୋଗୀକରଣ, ଡ୍ରେନ ନିର୍ମାଣ,କରା ଡୋଙ୍ଗରି ପଡା ଆଙ୍ଗନୱାଡ଼ କେନ୍ଦ୍ର ର ପାଚେରୀ ନିର୍ମାଣ, କରା ଡୋଙ୍ଗରିପଡା କୁ ପାଇପ ଲାଇନ ସମ୍ପ୍ରସାରଣ ଭଳି ଦାବି କରିଛନ୍ତି।ବ୍ଲକ ଉପାଧ୍ୟକ୍ଷ ଙ୍କ ସହ ସାମାଜିକ କର୍ମି ସଞ୍ଜୟ ସିଙ୍ଘଲ,ସନ୍ତୋଷ ଦାସ, ରବି ନାରାୟଣ ଦାସ ଓ ସ୍ଥାନୀୟ ଜନସାଧାରଣ ମହିଳା ମାନେ ଉପସ୍ଥିତ ରହିଥିଲେ।