Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜା ରଘୁବଂଶୀ ‘ହନିମୁନ୍ ମର୍ଡର’ ମାମଲା: ସୋନମ ରଘୁବଂଶୀଙ୍କ ଜାମିନ ବଜାୟ ରଖିଲେ ମେଘାଳୟ ହାଇକୋର୍ଟ

ବହୁଚର୍ଚ୍ଚିତ ରାଜା ରଘୁବଂଶୀ ‘ହନିମୁନ୍ ମର୍ଡର’ ମାମଲାରେ ମେଘାଳୟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜା ରଘୁବଂଶୀଙ୍କ ହତ୍ୟା ମାମଲାର ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଶିଲଂ ଅଦାଲତ ପୂର୍ବରୁ ଦେଇଥିବା ଜାମିନକୁ ହାଇକୋର୍ଟ ବଜାୟ ରଖିଛନ୍ତି। ଏହା ସହିତ ରାଜ୍ୟ ସରକାର ପକ୍ଷରୁ ଦାଖଲ କରାଯାଇଥିବା ଜାମିନ ବାତିଲ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମେ ୨୦୨୫ରେ ମେଘାଳୟରେ ହନିମୁନ୍ ସମୟରେ ରାଜା ରଘୁବଂଶୀଙ୍କ ହତ୍ୟା ହୋଇଥିବା ଅଭିଯୋଗରେ ସୋନମ ରଘୁବଂଶୀଙ୍କୁ ପ୍ରମୁଖ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ଏପ୍ରିଲ୍ ୨୦୨୬ରେ ଶିଲଂର ଏକ ଅଦାଲତ ପ୍ରକ୍ରିୟାଗତ ତ୍ରୁଟିକୁ ଆଧାର କରି ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ପରେ ମେଘାଳୟ ସରକାର ଏହି ଜାମିନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ୍ ୱାନଲୁରା ଡିଏଙ୍ଗଦୋହଙ୍କ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଶିଲଂ ଅଦାଲତଙ୍କ ଜାମିନ ଆଦେଶକୁ କାଏମ ରଖିଛନ୍ତି। ତେବେ ଏହି ରାୟ କେବଳ ଜାମିନ ସମ୍ପର୍କିତ। ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଜାରି ରହିବ ଏବଂ ଅଭିଯୋଗର ସତ୍ୟତା ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ବିଚାର ସମାପ୍ତ ପରେ ଅଦାଲତ ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ