Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ବଢ଼ିଲା ଉତ୍ତେଜନା: ପାକିସ୍ତାନ ଉପରେ ତାଲିବାନର ପାଲଟା ଆକ୍ରମଣ

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି। ପାକିସ୍ତାନ ପକ୍ଷରୁ ରବିବାର ଆକାଶମାର୍ଗରେ ହୋଇଥିବା ଆକ୍ରମଣର ଜବାବରେ ଆଫଗାନ ତାଲିବାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଲକ୍ଷ୍ୟସ୍ଥଳ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି। ଏହି ଆକ୍ରମଣରେ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ସେନା କହିଛି ଯେ, ସେମାନେ ତାଲିବାନ ପକ୍ଷରୁ ଛଡ଼ାଯାଇଥିବା ୪ଟି ଡ୍ରୋନ୍‌କୁ ଧ୍ୱଂସ କରିଛନ୍ତି। ସେହିସହ ଆଗକୁ ଯେକୌଣସି ପ୍ରକାରର ଉସୁକାଣି କିମ୍ବା ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ପାକିସ୍ତାନ ସତର୍କ କରିଛି। ତେବେ ଏହି ଆକ୍ରମଣର ସ୍ୱାଧୀନ ଭାବେ ପୁଷ୍ଟି ହୋଇନାହିଁ।

ରବିବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଥିବା ବିମାନ ଆକ୍ରମଣରେ ୨୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଫଗାନିସ୍ତାନ ଦାବି କରିଛି ଯେ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି ଏବଂ ୧୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ସରକାର ଏହାକୁ “କାପୁରୁଷୋଚିତ କାର୍ଯ୍ୟ” ଏବଂ “ନିରୀହ ଲୋକଙ୍କ ଉପରେ ଅତ୍ୟାଚାର” ବୋଲି ବର୍ଣ୍ଣନା କରିଛି।

ଗତ ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହେବା ପରେ କିଛି ମାସ ଧରି ପରିସ୍ଥିତି ଶାନ୍ତ ଥିଲା। କିନ୍ତୁ ଏବେ ପୁଣି ଥରେ ସୀମାରେ ଉତ୍ତେଜନା ବଢ଼ିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପାକିସ୍ତାନ ଦୀର୍ଘଦିନ ଧରି ଆଫଗାନିସ୍ତାନ ଉପରେ ନିଜ ଦେଶ ବିରୋଧରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରିଆସୁଛି। ତେବେ ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛି। ଅନ୍ୟପଟେ କାବୁଲ ପାକିସ୍ତାନ ଉପରେ ବିନା କାରଣରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରୁଥିବା ଅଭିଯୋଗ ଆଣିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories