Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ସମ୍ଭାବନା, ପେଟ୍ରୋଲିୟମ ମନ୍ତ୍ରୀ ବଦଳିପାରନ୍ତି

କେନ୍ଦ୍ରର ମୋଦୀ ସରକାର ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିପାରନ୍ତି। ସୂତ୍ର ଅନୁସାରେ, ସଂସଦର ବର୍ଷାକାଳୀନ ଅଧିବେଶନ ପୂର୍ବରୁ ଏହି ପରିବର୍ତ୍ତନ ହୋଇପାରେ। ଏହା ସହ ବିଜେପିର ନୂତନ ଜାତୀୟ ଟିମ୍ ଘୋଷଣା ମଧ୍ୟ କରାଯିବାର ସମ୍ଭାବନା ରହିଛି। ଦଳୀୟ ସଂଗଠନରେ ଯୁବ ନେତାଙ୍କୁ ଅଧିକ ଦାୟିତ୍ୱ ଦିଆଯିବା ସହ ‘ସବକା ସାଥ, ସବକା ବିକାଶ, ସବକା ପ୍ରୟାସ’ ସ୍ଲୋଗାନକୁ ଆଧାର କରି ମନ୍ତ୍ରିମଣ୍ଡଳ ପୁନର୍ଗଠନ କରାଯିବ ବୋଲି ଆଲୋଚନା ଚାଲିଛି।

ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପରିବର୍ତ୍ତନ କରାଯାଇପାରେ। ତାଙ୍କ ସ୍ଥାନରେ ଜଣେ ଶିଖ୍ ନେତା କିମ୍ବା ପଞ୍ଜାବର କୌଣସି ନେତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟକୁ ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ଦିଆଯାଇପାରେ।

ସେହିପରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଓ ମନୋହର ଲାଲ ଖଟ୍ଟରଙ୍କ ବିଭାଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଖବର ମିଳୁଛି। ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର, ପୂର୍ବତନ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଲୋକସଭା ସାଂସଦ ଶ୍ରୀକାନ୍ତ ଶିନ୍ଦେ ଏବଂ ଟିଏମସି ଛାଡ଼ିଥିବା ସୁଖେନ୍ଦୁ ଶେଖର ରାୟଙ୍କୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ସରକାର ପକ୍ଷରୁ ଏନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories