Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରର ସିଏସଏମ୍ ଟେକ୍ନୋଲୋଜିଜ୍‌କୁ ବଜାରରେ ବଡ଼ ଝଟକା, NSE BSE ତାଲିକାଭୁକ୍ତିର ପ୍ରଥମ ଦିନରେ ହିଁ ₹101.99ରେ ୫% ଲୋୟର ସର୍କିଟ୍

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଆଇଟି କମ୍ପାନୀ ସିଏସଏମ୍ ଟେକ୍ନୋଲୋଜିଜ୍ ଶେୟାର ବଜାରରେ ପ୍ରବେଶ କରିବାର ପ୍ରଥମ ଦିନରେ ନିବେଶକଙ୍କୁ ନିରାଶ କରିଛି। ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ ହେବା ପରେ କମ୍ପାନୀର ସେୟାରରେ ଜୋରଦାର ବିକ୍ରି ଚାପ ଦେଖାଦେଇ ୫ ପ୍ରତିଶତ ହ୍ରାସ ପାଇ ₹101.99ରେ ଲୋୟର ସର୍କିଟ୍ ଲାଗିଛି। ଆଇପିଓ ମୂଲ୍ୟ ତୁଳନାରେ ପ୍ରଥମ ଦିନରେ ହିଁ ଏହି ପତନ ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ୱର ଭିତ୍ତିକ ସିଏସଏମ୍ ଟେକ୍ନୋଲୋଜିଜ୍ ଦୀର୍ଘ ବର୍ଷ ଧରି ଓଡ଼ିଶା ସରକାର ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଇ-ଗଭର୍ନାନ୍ସ, ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍, ଖଣି, କୃଷି, ସ୍ୱାସ୍ଥ୍ୟ ଓ ପ୍ରଶାସନିକ ସେବା ସମ୍ବନ୍ଧୀୟ ପ୍ରକଳ୍ପ କାର୍ଯ୍ୟକରି ଆସୁଛି। ବିଶେଷକରି ଗତ ପ୍ରାୟ ଦଶ ବର୍ଷ ଧରି ଓଡ଼ିଶା ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରକଳ୍ପରେ କମ୍ପାନୀର ସକ୍ରିୟ ଭୂମିକା ରହିଛି।

ଓଡ଼ିଶାରୁ ଉତ୍ପତ୍ତି ହୋଇଥିବା ଏହି ଆଇଟି କମ୍ପାନୀର ଶେୟାର ବଜାରରେ ଏପରି ଦୁର୍ବଳ ଆରମ୍ଭ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ତେବେ ବଜାର ବିଶେଷଜ୍ଞଙ୍କ ମତରେ, ତାଲିକାଭୁକ୍ତିର ପ୍ରଥମ ଦିନର କାରବାରକୁ ଆଧାର କରି କମ୍ପାନୀର ଦୀର୍ଘମିଆଦୀ ସମ୍ଭାବନାର ଆକଳନ କରିବା ଉଚିତ୍ ନୁହେଁ। ଆଗାମୀ ଦିନରେ କମ୍ପାନୀର ଆର୍ଥିକ ପ୍ରଦର୍ଶନ ଓ ନୂଆ ସରକାରୀ ପ୍ରକଳ୍ପ ଉପରେ ନିବେଶକଙ୍କ ନଜର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ