Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ଦାନ ଦୁର୍ନୀତି ପରେ ବଢ଼ିଲା ନଗଦ ଜମା; ପ୍ରତିଦିନ ବ୍ୟାଙ୍କରେ ଜମା ହେଉଛି ୨୪-୨୬ ଲକ୍ଷ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ଅଭିଯୋଗ ପରେ ନଗଦ ଦାନ ଜମାରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ସୂତ୍ର ଅନୁଯାୟୀ, ଘଟଣା ସାମ୍ନାକୁ ଆସିବା ପୂର୍ବରୁ ପ୍ରତିଦିନ ବ୍ୟାଙ୍କରେ ହାରାହାରି ୧୬ରୁ ୧୮ ଲକ୍ଷ ଟଙ୍କା ଜମା ହେଉଥିଲା। କିନ୍ତୁ ଅଭିଯୋଗ ପ୍ରକାଶ ପାଇବା ପରେ ଏହି ପରିମାଣ ବଢ଼ି ୨୪ରୁ ୨୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ, ପୂର୍ବରୁ ଜମା ଓ ବାସ୍ତବ ଦାନ ରାଶି ମଧ୍ୟରେ ଥିବା ତଫାତକୁ ହେରଫେର କରାଯାଇଥାଇପାରେ।

ସୂଚନା ଅନୁଯାୟୀ, ରାମ ମନ୍ଦିର ପରିସରରେ ମୋଟ ୧୦ଟି ଦାନ ବାକ୍ସ ରହିଛି। ପ୍ରତ୍ୟେକ ବାକ୍ସରେ ପ୍ରତିଦିନ ପ୍ରାୟ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଆସୁଥିବା କୁହାଯାଉଛି। ତେବେ ଦାନ ଗଣନା ପ୍ରକ୍ରିୟାରେ ଅନିୟମିତତା ସମ୍ପର୍କରେ କାଉଣ୍ଟିଂ ଇନ୍‌ଚାର୍ଜ ସୁଭାଷ ଶ୍ରୀବାସ୍ତବଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ସେ ‘ଭଗବାନ ସବୁ ଦେଖୁଛନ୍ତି’ ବୋଲି କହିଥିବା ଅଭିଯୋଗ ହୋଇଛି। ପରେ ସେ ଏହି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।

ଏହି ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) କରୁଥିବା ବେଳେ ଦାନ ବାକ୍ସ, ବ୍ୟାଙ୍କ ଜମା ରେକର୍ଡ ଓ ଡିଜିଟାଲ୍ ଦେୟ କାରବାରକୁ ଖତିଆନ କରାଯାଉଛି। ତଦନ୍ତରେ ଆହୁରି କେତେ ଲୋକଙ୍କ ସମ୍ପୃକ୍ତି ରହିଛି ଏବଂ ଦାନ ଅର୍ଥ କିପରି ହେରଫେର ହୋଇଥିଲା, ତାହା ଜାଣିବା ପାଇଁ SIT ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories