Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୀନ-ଭାରତ ସୀମା ବିବାଦକୁ କେନ୍ଦ୍ର କରି ମୋଦୀଙ୍କ ଉପ‌ରେ ବର୍ଷିଲେ ରାହୁଲ; କହିଲେ ଚୀନ କବ୍‌ଜାରେ ଅଛି ଭାରତର ଅଂଶ

ୱାସିଂଟନ: ଆମେରିକା ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆମେରିକାରୁ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ। ଆମେରିକା ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ରାହୁଲ। ଏହି ସମୟରେ ଚୀନ-ଭାରତ ସୀମା ବିବାଦକୁ କେନ୍ଦ୍ର କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

ସେ କହିଛନ୍ତି ଚୀନ୍‌ କବ୍‌ଜାରେ ଭାରତର ଅଂଶ ରହିଛି। ଦେଶରେ ଗଣତାନ୍ତ୍ରିକ ସଂସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ, ପେଗାସସ ସ୍ପାଏଓ୍ବେର ଓ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ରାହୁଲ ।

ସୀମାରେ ଭାରତର ଅଂଶ ଏବେ ଚୀନ କବଜାରେ ରହିଛି । ଆଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି କହିଛନ୍ତି ରାହୁଲ।ଏହା ସହ ପୂର୍ବରୁ ମାନହାନି ମାମଲାରେ ମୋତେ ଅଧିକ ଦଣ୍ଡ ମିଳିଛି ବୋଲି ନିଜ ଉଦବୋଧନରେ କହିଛନ୍ତି ରାହୁଲ ଗାନ୍ଧୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ