Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ବିରୋଧରେ ସର୍ବାଧିକ ମାନହାନୀ କେସ, ଭାବି ନ ଥିଲି ସଦସ୍ୟତା ଚାଲିଯିବ: ୟୁଏସରେ ମୋଦୀ ସରକାର ଉପରେ ରାହୁଲଙ୍କ ହମଲା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିଦେଶ ମାଟିରେ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ହମଲା କରିଛନ୍ତି। ସେ କହିଛନ୍ତି, ଭାରତରେ ତାଙ୍କ ବିରୋଧରେ ସବୁଠୁ ଅଧିକ ମାନହାନୀ ମାମଲା ରୁଜୁ ହୋଇଛି ଏବଂ ମୁଁ ନିଜର ଲୋକସଭା ସଦସ୍ୟତା ମଧ୍ୟ ହରାଇଛି। ଭାରତ ଯୋଡ଼ୋ ଯାତ୍ରା ସମମୟରେ ଯେବେ ସେ କାଶ୍ମୀରରେ ଥିଲେ ତାଙ୍କୁ ହତ୍ୟା କରାଯିବାର ଆଶଙ୍କା ଥିଲା ବୋଲି ରାହୁଲ କହିଛନ୍ତି।

କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ନିଜର ସମ୍ବୋଧନ ସମୟରେ ରାହୁଲ କହିଛନ୍ତି, କେବେ ଭାବିନଥିଲି ଯେ, ମୋର ଲୋକସଭା ସଦସ୍ୟତା ରଦ୍ଦ ହୋଇଯିବ। ବୋଧହୁଏ ଭାରତର ସେ ପ୍ରଥମ ବ୍ୟକ୍ତି ଯିଏ ମାନହାନୀ ମାମଲାରେ ସବୁଠୁ ଅଧିକ ଦଣ୍ଡ ପାଇଛନ୍ତି। ଏବେ ମୋ ପରିଚୟରେ ପୂର୍ବତନ ସାଂସଦ କୁହାଯାଉଛି। ମୋତେ ଲାଗୁଛି ଏବେ ମୋ ନିକଟରେ କିଛି କରିବାର ବଡ଼ ସୁଯୋଗ ରହିଛି। ୬ ମାସ ପୂର୍ବେ ଏହି ଡ୍ରାମା ଆରମ୍ଭ ହୋଇଥିଲା ଏବଂ ଭାରତରେ ବିରୋଧୀ ସଂଘର୍ଷ କରୁଥିଲା। ଏବେ ସମସ୍ତ ସରକାରୀ ସଂସ୍ଥାରେ ବିଜେପିର କବଜା ରହିଛି ଏବଂ ଆମେ ଆଜି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲଢେଇ କରୁଛୁ।

ରାହୁଲ କହିଛନ୍ତି, ଯେବେ ସଂସ୍ଥାଗୁଡ଼ିକୁ ଆମକୁ ସାହାଯ୍ୟ କଲେ ନାହିଁ ଆମେ ସଡ଼କକୁ ଓହ୍ଲାଇଲୁ ଏବଂ ଏଥିପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କଲୁ। ୨୦୦୪ରେ ଯେବେ ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ସେହି ସମୟରେ କେବେ ଭାବିନଥିଲେ ଯେ, ଦେଶରେ ଆଜି ତାଙ୍କୁ ଏମିତି ସ୍ଥିତି ଦେଖିବାକୁ ପଡ଼ୁଛି।

ରାହୁଲ ଏହା ମଧ୍ୟ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାକୁ ନେଇ ପ୍ରଶାସନ କହିଥିଲେ ଯଦି ମୁଁ କାଶ୍ମୀରରେ ୪ ଦିନ ଚାଲିବି ମୋ ଜୀବନ ପ୍ରତି ବିପଦ ରହିଛି। ମୁଁ ଦେଖିବାକୁ ଚାହୁଁଥିଲି ମୋ ଉପରେ କିଏ ଗ୍ରେନେଡ଼ ଫିଙ୍ଗୁଛି। ସୁରକ୍ଷାକର୍ମୀ, ପ୍ରଶାସନ ମୋ ସୁରକ୍ଷା ପ୍ରତି ସତର୍କ ଥିଲେ। ସମ୍ମୁଖରେ ଥିବା ବ୍ୟକ୍ତି କେତେ ବଳଶାଳୀ ତାହା ଫରକ ପଡ଼େ ନାହିଁ ମାତ୍ର ଆପଣ କେତେ ଦୃଢ ନିଶ୍ଚିତ ତାହା ଜରୁରୀ ବୋଲି ରାହୁଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ