ସୁବର୍ଣ୍ଣପୁର ଜିଲ୍ଲାରେ ମିଳିତ ଅମଲାମଞ୍ଚ ପକ୍ଷରୁ କଲମ ଛାଡ ଆନ୍ଦୋଳନ


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ କଳମ ଛାଡ ଆନ୍ଦୋଳନ କରାଯାଇଛି । ଆଜି ସକାଳୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଅମଲା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ କରିଥିଲେ । ସମାନ କାମକୁ ସମାନ ଦରମା , ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଓ ଗ୍ରେଡ ପେ ୪ରୁ ଗ୍ରେଡ ପେ ୯କୁ ବୃଦ୍ଧି ଆଦି ଦାବୀ ନେଇ ଏହି ଆନ୍ଦୋଳନ କରାଯାଇଛି । ମିଳିତ ଆମଲା ମଞ୍ଚର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ତରାସିଆ ଓ ସମ୍ପାଦକ ଦୀନେଶ ମିଶ୍ରଙ୍କ ସଭାପତିତ୍ୱରେ ଏହି ଆନ୍ଦୋଳନ କରାଯାଇଛି । ଏଥିରେ ଜିଲ୍ଲାର ୩୨ଟି ବିଭାଗର ଅମଲାମାନେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ କରିବା ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ମାନେ ।