ଉଠା ଜଳସେଚନ ରେ କେନାଲ ରେ କାଲିଠୁଁ ଖରିଫ ଜଳସେଚନ ଆରମ୍ଭ,ବିଭାଗ ପକ୍ଷରୁ ଘୋଷଣା।
କଳାହାଣ୍ଡି,୦୯/୦୭
ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଚଳିତ ବର୍ଷ ଖରିଫ ଋତୁ ଚାଷ ପାଇଁ ଆସନ୍ତା କାଲି ଠାରୁ ଜଳସେଚନ ଆରମ୍ଭ ହେବ।ଏନେଇ ଉଠା ଜଳସେଚନ ବିଭାଗ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ସାହାଯ୍ୟରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କୁ ସୂଚନା ଦିଆଯାଇଛି। ମେଗାଲିଫ୍ଟ ପ୍ରକଳ୍ପ ଅଧୀନରେ ଆସୁଥିବା ଜୟପାଟଣା,କୋକସରା ଓ ଧର୍ମଗଡ ବ୍ଲକ ର ୮୮ ଗ୍ରାମ ର ୨୬,୨୭୧,୨୯ ହେକ୍ଟର ଚାଷଜମି କୁ ଜଳଭଣ୍ଡାର ରେ ଜଳସ୍ତର ର ସ୍ଥିତି ଅନୁସାରେ ପର୍ଯ୍ୟାୟ କ୍ରମେ ଜଳସେଚନ ସୁବିଧା ମିଳିବ ବୋଲି କୁହାଯାଇଛି। ଚାଷି ଙ୍କୁ ଉତ୍ତମ ଜଳ ଆବଣ୍ଟନ ସହ ସମନ୍ୱୟ ରଖି ଚାଷ ପାଇଁ ଜଳ ର ବ୍ୟବହାର କରିବାକୁ ପରାମର୍ଶ ଦେବାସହ କେନାଲ ରେ ଜଳସେଚନ ସମୟରେ କେନାଲ ଅଞ୍ଚଳ କୁ ବୟସ୍କ ବ୍ୟକ୍ତି, ଛୋଟ ଛୁଆ କିମ୍ବା ଗୃହପାଳିତ ପଶୁପକ୍ଷୀ ଙ୍କୁ ନ ଛାଡିବାକୁ ବାରଣ କରାଯାଇଛି।ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳସ୍ତର ବିଗତ ବର୍ଷ ଠାରୁ ୩.୫ ମିଟର କମ ରହିଥିବା ବେଳେ ଗତକାଲି ସୁଦ୍ଧା ୬୨୯,୩୯୦ ମିଟର ରହିଛି। ତେବେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଜଳଭଣ୍ଡାର ରେ ଜଳସ୍ତର ପରିମାଣ କମ ରହିଥିବା କାରଣ ରୁ ସ୍ୱାଭାବିକ ବର୍ଷା ନହୁଏ ତାହେଲେ ଜଳସେଚନ ରେ ଅନ୍ତରାୟ ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି।

