Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଗ୍ରୀଷ୍ମ ଅବକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ

କଟକ: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଗ୍ରୀଷ୍ମ ଅବକାଶ ନେଇ ହାଇକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗଙ୍କୁ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିଷ୍ପତ୍ତି ଦ୍ବାରା ଉଭୟ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କର୍ମୀ ଉପକୃତ ହେବେ।

ଗ୍ରୀଷ୍ମ ପ୍ରବାହ ଯୋଗୁ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ କଟାଉଛନ୍ତି ହେଲେ ଅଙ୍ଗନାବାଡି କେନ୍ଦ୍ର ଗ୍ରୀଷ୍ମମାସରେ ବି ଖୋଲା ରହିଛି। ସମସ୍ତେ ଖରାଛୁଟି କଟାଉଥିବା ବେଳେ ଏହା ଅଙ୍ଗନବାଡି କର୍ମୀମାନଙ୍କ ଉପରେ ଏକ ବଡ ବୋଝ ସଦୃଶ ହୋଇଛି। ଅଙ୍ଗନବାଡି କର୍ମୀ ଯେଉଁମାନେ ପ୍ରଚଣ୍ଡ ଖରାରେ ବି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି।

ତେବେ କୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ସରକାରଙ୍କ ଏହି ତଳସ୍ତରର କର୍ମଚାରୀ ବିଭିନ୍ନ ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ସହ୍ୟ କରୁଥିବାବେଳେ, ପ୍ରବଳ ଖରା ଯୋଗୁଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ବିପଦ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ