Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ : ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ନୂଆ ସର୍ବୋଚ୍ଚ ନେତାଙ୍କ ଶପଥ

ତେହେରାନ/ୱାଶିଂଟନ: ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖାମେନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ଇରାନର ଜାତୀୟ ସଂକଳ୍ପ ଏବଂ ଏହା ନିଶ୍ଚିତ ଭାବେ ପୂରଣ କରାଯିବ। ଏହା ତାଙ୍କ ବାପାଙ୍କ ଅନ୍ତ୍ୟେଷ୍ଟି ପରେ ପ୍ରଥମ ସାର୍ବଜନୀନ ବାର୍ତ୍ତା। ସେ ଆହୁରି ଦାବି କରିଛନ୍ତି ଯେ, ପ୍ରତିଶୋଧ ପାଇଁ ଟାର୍ଗେଟ ତାଲିକା ପ୍ରସ୍ତୁତ କରାଯାଇଛି।

ଏହାର କିଛି ଘଣ୍ଟା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସତର୍କ କରାଇ କହିଥିଲେ ଯେ, ତାଙ୍କ ଉପରେ ହତ୍ୟା ଉଦ୍ୟମ ହେଲେ ଆମେରିକା ଇରାନ ଉପରେ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ କରିବ। ଟ୍ରମ୍ପଙ୍କ ଦାବି ଅନୁସାରେ, ଇରାନକୁ ଲକ୍ଷ୍ୟ କରି ହଜାର ହଜାର କ୍ଷେପଣାସ୍ତ୍ର ପ୍ରସ୍ତୁତ ରଖାଯାଇଛି। ଏପଟେ ଇରାନ କହିଛି, ଆମେରିକା ଯଦି ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ଜାରି ରଖେ, ତେବେ ସେମାନେ ମଧ୍ୟ ଚୁକ୍ତି ପାଳନ କରିବାକୁ ବାଧ୍ୟ ରହିବେ ନାହିଁ।

ଏହି ତୀବ୍ର ବାକ୍‌ଯୁଦ୍ଧ ମଧ୍ୟରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସ ମଧ୍ୟ ଜାରି ରହିଛି। କତାରର ଏକ ପ୍ରତିନିଧି ଦଳ ମଧ୍ୟସ୍ଥତା ପାଇଁ ଇରାନ ଗସ୍ତ କରିଥିବା ବେଳେ ଉଭୟ ପକ୍ଷ ଆଲୋଚନାର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ କରିନାହାନ୍ତି। ତେବେ ଧମକ ଓ ପ୍ରତିଧମକ ମଧ୍ୟରେ ମଧ୍ୟପ୍ରାଚ୍ୟର ପରିସ୍ଥିତି ପୁଣି ଅସ୍ଥିର ହେବାର ଆଶଙ୍କା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ