Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଫାଇନାଲ୍ କାଉଡୋଳା ଦଳ ମ୍ୟାଚ ଚମ୍ପିଅନ।

କଳାହାଣ୍ଡି,୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ ପକ୍ଷରୁ ଗତ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଫାଇନାଲ ମ୍ୟାଚ ରବିବାର ସ୍ଥାନୀୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ସମିତି ସଭ୍ୟ ଘନଶ୍ୟାମ ନାଏକ, ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ,ପୂର୍ବତନ ସରପଞ୍ଚ କ୍ଷେତୁରାମ ପାତ୍ର, ଆମପାଣି ବିଜେପି ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ବିଜେପି ନେତା ଚକ୍ରଧର ବେଶ୍ରା ପ୍ରମୁଖ ଯୋଗଦେଇ ଉଭୟ ଦଳ ର ଖେଳାଳି ଙ୍କ ମନୋବଳ ବଢ଼ାଇବା ପାଇଁ ବିଧାୟକ ନିଜେ ମ୍ୟାଚ ରେ ବ୍ୟାଟ ଧରି ଆରମ୍ଭ କରି ଉତ୍ସାହିତ କରିଥିଲେ । ୧୨ ଓଭର ମ୍ୟାଚ ରେ ଚିତାକର୍ଷକ ଖେଳ ରେ କାଉଡୋଳା ଦଳ ୧୮୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ବନ୍ଧପଡା ଦଳ ୧୪୫ ରନ ରେ ଅଳ ଆଉଟ ହୋଇଥିଲେ । କାଉଡୋଳା ଦଳ ମ୍ୟାଚ ବିଜେତା ହୋଇଥିଲେ । ଫାଇନାଲ ଖେଳ ଅମ୍ପିଆର ଭାବେ ଆଶିଷ ମହାନ୍ତି ଓ ନିଳାମ୍ବର ନାଏକ ଖେଳ ପରିଚାଳନା କରିଥିଲେ।ହରିଶ ମେହେର କ୍ରୀଡା ର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଡମ୍ବରୁ ମାଝୀ ଓ ମ୍ୟାନ ଅଫ ଦି ସିରିଜ ରାଜା ମାଝୀ ଙ୍କୁ ଘୋଷଣା କରା ଯାଇଥିଲା। ଉପସ୍ଥିତ ଅତିଥିମାନେ ଉଭୟ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ ପକ୍ଷରୁ ସଭାପତି ନିଳାମ୍ବର ଛାତ୍ରୀଆ,ସମ୍ପାଦକ କିଶୋର ମେହେର ଅନ୍ୟ ସହଯୋଗୀ ଯୁବକ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ