ସିଟିଜେନ ଫୋରମ ପକ୍ଷରୁ ବନ ମହୋତ୍ସବ ପାଳନ,ବୃକ୍ଷ ହିଁ ଜୀବନ ନେଇ ବାର୍ତ୍ତା।
କଳାହାଣ୍ଡି,୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ରବିବାର ବ୍ଲକ ର ଡାଲଗୁମା ଓ ଚିତାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା ପାଇଁ ଗଛ ଟିଏ, ବନ ମହୋତ୍ସବ ପାଳନ କରିବା ସହ ଗ୍ରାମ ର ସଚେତନ ଚାଷି ଙ୍କୁ ଆମ୍ବ, ଡାଲିମ୍ବ,ଲେମ୍ବୁ,ସଜନା,ପଣସ ଅମୃତଭଣ୍ଡା ଚାରା ଦେଇ ନିଜ ବାଡ଼ି ବଗିଚା ରେ ଲଗାଇ ଗଛ ର ସୁରକ୍ଷା ସହ ସବୁଜିମା ଭରା ଗ୍ରାମ କରିବାକୁ ବାର୍ତ୍ତା ଦେଇଥିଲେ। ଏହି ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ସିଟିଜେନ ଫୋରମ ର ସଭାପତି ରାମଚନ୍ଦ୍ର ମହାପାତ୍ର,ସମ୍ପାଦକ ସିମାଞ୍ଚଳ ମିଶ୍ର, ବ୍ଲକ ସଭାପତି ବ୍ୟୋମକେଶ ପଣ୍ଡା, ସଦସ୍ୟ ଧନେଶ୍ୱର ପଣ୍ଡା, ମଣିଜର ପୋଢ଼,ଭୁବନେଶ୍ୱର ହଂସ,କେଶବ ଚନ୍ଦ୍ର ନାଏକ, ପ୍ରମେୟ ଖବରକାଗଜ ହକର ଅର୍ଜୁନ ବାଗ ପ୍ରମୁଖ ଉପସ୍ଥିତ ଥିବାବେଳେ ଅବସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀନିବାସ ପ୍ରଧାନୀ ବୈଷୟିକ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ସିଟିଜେନ ଫୋରମ ର ବ୍ଲକ ସମ୍ପାଦକ ମିନିକେତନ ପ୍ରଧାନୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଚାଷି, ମହିଳା, ଗ୍ରାମବାସୀ ମାନେ ଉତ୍ସାହ ର ସହ ଭାଗ ନେଇ ପତିବେଶ ସୁରକ୍ଷା ନେଇ ଶପଥ ନେଇଥିଲେ।

