Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାଙ୍କକ୍‌ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୨୨ଙ୍କ ଅବସ୍ଥା ସଙ୍କଟାପନ୍ନ

ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ବାର୍‌ରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତର ବ୍ୟାଙ୍କକ୍‌ର ନା ଲାଡ୍‌ଫ୍ରାଓ ବାର୍‌ରେ ମଧ୍ୟରାତ୍ରି ସମୟରେ ନିଆଁ ଲାଗିଥିଲା। ପ୍ରାୟ ୩୦ ମିନିଟ୍‌ର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ବ୍ୟାଙ୍କକ୍‌ ଗଭର୍ନର ଚାଦଚାର୍ଟ ସିତ୍ତିପୁଣ୍ଟ କହିଛନ୍ତି, ନିଆଁ ଖୁବ୍‌ ଦ୍ରୁତ ଗତିରେ ସମଗ୍ର ବାର୍‌ରେ ବ୍ୟାପିଯାଇଥିଲା ଏବଂ ଘନ ଧୂଆଁ ଯୋଗୁଁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତରେ ଷ୍ଟେଜ୍‌ ନିକଟରେ ଥିବା ଏକ ସର୍କିଟ୍‌ ବ୍ରେକରରୁ ଧୂଆଁ ବାହାରିବା ପରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିଲା ଓ କିଛି ସମୟ ପରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଅନେକ ମୃତଦେହ ଫାୟାର୍‌ ଏକ୍ସିଟ୍‌ ଓ ବାଥରୁମ୍‌ ନିକଟରୁ ଉଦ୍ଧାର କରାଯାଇଛି।

ଘଟଣାର କାରଣ ଜାଣିବା ପାଇଁ ଥାଇଲ୍ୟାଣ୍ଡ ସରକାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି। ଅନଲାଇନ୍‌ରେ ଭାଇରାଲ୍‌ ଭିଡିଓରେ ବାର୍‌ରୁ ଲୋକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଏବଂ ଘନ କଳା ଧୂଆଁ ମଧ୍ୟରେ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ