ଡକାୟତି ଉଦ୍ୟମ ବେଳେ ୫ ଡକାୟତ ଙ୍କୁ କାବୁ କରି ପୋଲିସ ର ଜିମା ଦେଲେ ବାଙ୍କିମୁଣ୍ଡା ଗ୍ରାମବାସୀ।
କଳାହାଣ୍ଡି,୧୪/୦୭
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ରେ ବିଗତ କିଛିମାସ ହେବ ଲୁଟ,ଚୋରି ଡକାୟତି ଘଟଣା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ଦିନ ଦ୍ୱିପ୍ରହର ରେ କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମ ର ପ୍ରଶାନ୍ତ ତିୱାରୀ ଙ୍କ ଘରେ ଆଜି ଅପରାହ୍ନ ରେ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ରେ ଡକାୟତି ଉଦ୍ଦେଶ୍ୟ ରେ ୫ ଜଣ ଅଜ୍ଞାତ ଡକାୟତ ଘରେ ବଳପୂର୍ବକ ପଶି ଘରେ ଥିବା ପ୍ରଶାନ୍ତ ଙ୍କ ଭାଇବୋହୁ ଙ୍କ ଛାତି ରେ ପିସ୍ତଲ ରଖି ଡକାୟତି ଉଦ୍ୟମ କରୁଥିବା ବେଳେ ଏହି ସମୟରେ ଅସୁସ୍ଥ ଥିବା ପ୍ରଶାନ୍ତ ତିୱାରୀ ଭାଇ ବୋହୁ ଓ ଛୋଟ ଝିଆରୀ ଙ୍କ ଚିତ୍କାର ଶୁଣି ଆସିବା ପରେ ତାଙ୍କୁ ଡକାୟତ ମାନେ କାବୁ କରି ମୁଣ୍ଡ ରେ ପିସ୍ତଲ ରଖି ଲୁଟ ଉଦ୍ୟମ ଆରମ୍ଭ କରିଥିଲେ। ଏହି ସମୟରେ କୌଶଳ କ୍ରମେ ବୋହୁ ଖସି ଯାଇ ଗ୍ରାମବାସୀ ଙ୍କୁ ଜଣାଇବା ପରେ ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ଡକାୟତ ଙ୍କୁ କାବୁ କରି ଏକ କୋଠରି ରେ ବନ୍ଦ କରି କୋକସରା ପୁଲିସ କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଡକାୟତ ଙ୍କୁ ଗିରଫ କରି କୋକସରା ଥାନା ରେ ଆଣି ଅଟକ ରଖିଛି। ପୀଡିତ ପ୍ରଶାନ୍ତ ତିୱାରୀ କୋକସରା ଥାନା ରେ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି। ତେବେ ଧରା ପଡିଥିବା ସମସ୍ତ ଡକାୟତ ମାନେ କୁଖ୍ୟାତ ହାର୍ଡକୋର ରହିଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ଡକାୟତି,ଚୋରି ଘଟଣା ରେ ସାମିଲ ରହିଥିବା ଜଣାପଡିଛି।ଡକାୟତ ଙ୍କ ନିକଟରୁ ଏକ ଦେଶି ପିସ୍ତଲ ଜବତ ହୋଇଥିବା ଜଣାପଡିଛି। ଧରା ପଡିଥିବା ସମସ୍ତ ଡକାୟତ କୋକସରା ଓ ଧର୍ମଗଡ ଥାନାଞ୍ଚଳ ର ବୋଲି ଜଣାପଡିଛି। କୋକସରା ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ପାଇଁ ଡକାୟତ ମାନଙ୍କ ନାମ ଗୋପନ ରଖାଯାଇଛି।ଏହି ଘଟଣା ପରେ କୋକସରା ପୋଲିସ ଥାନା ରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଡକାୟତ ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରଶାସନକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।

