Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା, ଅଜଣା ଗାଡି ଧକ୍କା ଯୁବକ ମୃତ,ନିରପେକ୍ଷ ତଦନ୍ତ ଦାବି କଲେ ପରିବାର।

କଳାହାଣ୍ଡି,୧୪/୦୭
କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ କୋକସରା ଥାନା ବଡ଼ କେନ୍ଦୁଗୁଡା ବେହେରା ରାସ୍ତା ର ଡୋଙ୍ଗରି ନିକଟରେ ଗତ ରାତିରେ ଅଜଣା ଗାଡି ଧକ୍କା ରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ନେଇ କୋକସରା ପୋଲିସ ରେ ପରିବାର ଲୋକେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ମୃତକ ଯୁବକ ହେଉଛନ୍ତି ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ର ଅନାଦି ଚନ୍ଦନ (୨୬) ବୋଳି ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ କୋକସରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଛି। ତେବେ ମୃତକ ଯୁବକ ଙ୍କ ବାପା ଅରକ୍ଷିତ ଚନ୍ଦନ ଙ୍କ କହିବା ମତେ ଗତକାଲି ଅନାଦି ପଲସର ବାଇକ ରେ ଗୋତମୁଣ୍ଡା ନିକଟସ୍ଥ କରା ଡୋଙ୍ଗରି ପଡା ନିଜ ନାନା ଘର କୁ ଯାଇଥିଲେ ଓ ଆସିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ନେଇ ଆଜି ସକାଳୁ ଖବର ପାଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟ ର କଥା ଦୁର୍ଘଟଣା ଘଟିଥିବା ସ୍ଥାନ ରୁ ଯୁବକ ଙ୍କ ବାଇକ ଓ ମୋବାଇଲ ଉଭାନ ହୋଇଯାଇଛି। ଯାହାକୁ ନେଇ ପରିବାର ଲୋକେ ଯୁବକ ଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଏହା ଦୁର୍ଘଟଣା ନା ଅନ୍ୟ ମୃତ୍ୟୁ ପଛରେ ଅନ୍ୟ କୌଣସି ଘଟଣା ଲୁଚିଛି ତାହାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ପୋଲିସ କୁ କହିଛନ୍ତି। ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି।ଏନେଇ କୋକସରା ପୁଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ଡି. ମୋହନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ