ତାଜମହଲରେ ବିଦେଶୀ ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ମହିଳା କନଷ୍ଟେବଳ, ଜିତିଲେ ସମସ୍ତଙ୍କ ହୃଦୟ
ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ବୁଲିବାକୁ ଆସିଥିବା ଆର୍ଜେଣ୍ଟିନାର ଜଣେ ବିଦେଶୀ ମହିଳା ସାଡ଼ି ପିନ୍ଧିଥିବା ବେଳେ ଅସୁବିଧାରେ ପଡ଼ିଯାଇଥିଲେ। ସାଡ଼ି ପିନ୍ଧିବା ଓ ସମ୍ଭାଳିବାର ଅଭିଜ୍ଞତା ନଥିବାରୁ ତାଙ୍କ ସାଡ଼ି ଖସିଯିବାକୁ ଲାଗିଥିଲା, ଯାହା ତାଙ୍କୁ ଅସହଜ ପରିସ୍ଥିତିରେ ପକାଇଥିଲା।
ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ଉତ୍ତର ପ୍ରଦେଶ ପୁଲିସର ମହିଳା କନଷ୍ଟେବଳ ଗୁଡ୍ଡି ଦେବୀ ପରିସ୍ଥିତିକୁ ବୁଝି ତୁରନ୍ତ ମହିଳାଙ୍କ ନିକଟକୁ ଯାଇ ସାଡ଼ି ଠିକ୍ କରିଦେଇଥିଲେ। ତାଙ୍କ ଏହି ସମ୍ବେଦନଶୀଳ ଓ ମାନବିକ ପଦକ୍ଷେପ ପରେ ବିଦେଶୀ ମହିଳା ସ୍ୱାଭାବିକ ଅନୁଭବ କରିଥିଲେ।
ମହିଳା କନଷ୍ଟେବଳଙ୍କ ଏହି ଛୋଟ କିନ୍ତୁ ପ୍ରଶଂସନୀୟ ସହଯୋଗ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛି। ଏହାକୁ ଭାରତୀୟ ଅତିଥି ସତ୍କାର, ସମ୍ବେଦନଶୀଳ ପୁଲିସିଂ ଏବଂ ମାନବିକତାର ଏକ ସୁନ୍ଦର ଉଦାହରଣ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।

