Ganga River: ଗଙ୍ଗା ଜଳ ଏତେ ସ୍ୱଚ୍ଛ ଯେ ପାଣି ଭିତରେ ଦେଖାଯାଉଛି ନଦୀର ପଥର, ଭାଇରାଲ ହେଉଛି ଭିଡିଓ
ଉତ୍ତରପ୍ରଦେଶ: ଦୀପାବଳି ପରେ ଗଙ୍ଗା ନଦୀର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏଥିରେ ଗଙ୍ଗାର ଜଳ ଅତ୍ୟନ୍ତ ସ୍ୱଚ୍ଛ ଓ ସ୍ୱଚ୍ଛତା ଯୋଗୁଁ ପାରଦର୍ଶୀ ଦେଖାଯାଉଛି।
ଏହି ଦୃଶ୍ୟ ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ଭାଗୀରଥ ବିନ୍ଦୁର ବୋଲି କୁହାଯାଉଛି। ହିମାଳୟରୁ ବାହାରି ଗଙ୍ଗା ଏହି ସ୍ଥାନରେ ପାହାଡ଼ିଆ ଅଞ୍ଚଳ ଛାଡ଼ି ସମତଳ ଅଞ୍ଚଳକୁ ପ୍ରବେଶ କରେ। ଏଠାରେ ନଦୀର ଜଳ ଏତେ ସ୍ୱଚ୍ଛ ଦେଖାଯାଉଛି ଯେ ତଳେ ଥିବା ପଥରଗୁଡ଼ିକ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।
ଆଗାମୀ ଅର୍ଦ୍ଧକୁମ୍ଭ ପୂର୍ବରୁ ଗଙ୍ଗାର ଏଭଳି ଦୃଶ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।

