Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କଲା ବଲୁଚିସ୍ତାନ! ୮୫ ପ୍ରତିଶତ ଅଞ୍ଚଳ ଉପରେ ଅଧିକାର ବୋଲି ଦାବି

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଦାବି ଭାଇରାଲ ହେଉଛି। ଏଥିରେ ବଲୁଚିସ୍ତାନ ନିଜକୁ ‘ରିପବ୍ଲିକ ଅଫ୍ ବଲୁଚିସ୍ତାନ’ ନାମରେ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା କୁହାଯାଇଛି। ଭାଇରାଲ ବିବୃତ୍ତିରେ ବଲୁଚିସ୍ତାନର ସଶସ୍ତ୍ର ବଳ ୮୫ ପ୍ରତିଶତ ଅଞ୍ଚଳ ଉପରେ ନିୟନ୍ତ୍ରଣ ହାସଲ କରିଥିବା ସହ ନୂଆ ପତାକା, ଜାତୀୟ ସଙ୍ଗୀତ, ମୁଦ୍ରା ଓ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରିବାର ଦାବି କରାଯାଇଛି।

ଭାଇରାଲ ଚିଠିରେ ଆହୁରି ଦାବି କରାଯାଇଛି ଯେ, ବଲୁଚିସ୍ତାନର ଖଣିଜ ସମ୍ପଦ, ପ୍ରାକୃତିକ ଗ୍ୟାସ୍ କ୍ଷେତ୍ର ଏବଂ କୋଇଲା ଖଣି ଉପରେ ନୂଆ ପ୍ରଶାସନର ନିୟନ୍ତ୍ରଣ ରହିଛି। ଏହା ସହ ପାକିସ୍ତାନର କିଛି ସୁରକ୍ଷା ଏଜେନ୍ସିର ସଦସ୍ୟମାନେ ଇସ୍ତଫା ଦେଇ ବଲୁଚିସ୍ତାନକୁ ସମର୍ଥନ କରିଥିବା ମଧ୍ୟ ଉଲ୍ଲେଖ ରହିଛି। ବଲୁଚିସ୍ତାନରେ ଦୀର୍ଘଦିନ ଧରି ସ୍ୱାୟତ୍ତତା ଓ ସ୍ୱାଧୀନତାକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ, ପାକିସ୍ତାନ ସରକାର ବିରୋଧରେ ବିଭିନ୍ନ ସମୟରେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଆସିଛି।

ତେବେ ଏହି ଦାବିଗୁଡ଼ିକର କୌଣସି ସ୍ପଷ୍ଟତା ପ୍ରକାଶ ପାଇନାହିଁ | ଭାଇରାଲ ବିବୃତ୍ତିର ସତ୍ୟତାକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା କିମ୍ବା ବିଶ୍ୱସନୀୟ ଅନ୍ତର୍ଜାତୀୟ ଉତ୍ସ ସମର୍ଥନ କରିନାହାନ୍ତି। ସେହିପରି, କୌଣସି ଦେଶ କିମ୍ବା ଅନ୍ତର୍ଜାତୀୟ ସଂଗଠନ ବଲୁଚିସ୍ତାନକୁ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଇଥିବା ଘୋଷଣା ମଧ୍ୟ କରିନାହାନ୍ତି। ଏହି ପରିସ୍ଥିତିରେ ଭାଇରାଲ ସୂଚନାକୁ ସତର୍କତାର ସହ ଦେଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ