Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ମନ୍ତ୍ରୀଙ୍କୁ ବେଲଗୁଣ୍ଠା ବଣିକ ସଙ୍ଘ ତରଫରୁ ନାଗରିକ ସମ୍ବର୍ଦ୍ଧନା

ବେଲଗୁଣ୍ଠା: ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ;ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବେଲଗୁଣ୍ଠା ବଣିକ ସଂଘ ତରଫରୁ ନାଗରୀକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ବୁଧବାର ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏବଂ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଜଗନ୍ନାଥପ୍ରସାଦରୁ ଭଞ୍ଜନଗର ଫେରୁଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ବଣିକ ସଂଘ ତରଫରୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ସମ୍ପାଦକ କୈଳାସ ମହାପାତ୍ର, କୋଷାଧ୍ୟକ୍ଷ ବୁଲୁ ପାତ୍ର, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,ସମସ୍ତ କମିଟି ସଦସ୍ୟ,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ,ସଦସ୍ୟ ସୁରେଶ ସୁବୁଦ୍ଧି, ଚନ୍ଦନ କୁମାର ସାହୁ, କାଉନସିଲର୍ କାଳିଆ ସାହୁ, ପ୍ରତିନିଧି ସୀମାଞ୍ଚଳ ସାମଲ,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ