Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ଭାଙ୍ଗିବାରୁ ଉନ୍ମତ୍ତ କାଣ୍ଡ; ଯୁବତୀଙ୍କୁ ଆକ୍ରମଣ, ବଞ୍ଚାଇବାକୁ ଯାଇ ମା’ଙ୍କ ମୃତ୍ୟୁ

ତାମିଲନାଡୁ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ବିବାହ ଭାଙ୍ଗିଯିବାକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ଘଟଣା। ୩୨ ବର୍ଷୀୟ ଯୁବରାଜ ନାମକ ଜଣେ ଯୁବକ ତାଙ୍କ ସହ ନିର୍ବନ୍ଧ ହୋଇଥିବା ୨୧ ବର୍ଷୀୟା ବର୍ଷାଙ୍କ ଘରକୁ ପଶି ମାରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଝିଅକୁ ବଞ୍ଚାଇବାକୁ ଯାଇଥିବା ମା’ ବିନାୟଗା ଜ୍ୟୋତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ଗୁରୁତର ଆହତ ବର୍ଷା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ବର୍ଷା ଓ ଯୁବରାଜଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ ଦୁହିଁଙ୍କ ମଧ୍ୟରେ ୧୧ ବର୍ଷର ବୟସ ପାର୍ଥକ୍ୟ ଥିବାରୁ ବର୍ଷା ଏହି ବିବାହ ପାଇଁ ମନା କରିଦେଇଥିଲେ। ଏହା ପରେ ପରିବାର ଲୋକେ ଯୁବରାଜଙ୍କ ସହ ସମସ୍ତ ସମ୍ପର୍କ ବନ୍ଦ କରିଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଯୁବରାଜ ଘରକୁ ପଶି ବର୍ଷାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଝିଅକୁ ରକ୍ଷା କରିବାକୁ ଆସିଥିବା ତାଙ୍କ ମା’ଙ୍କୁ ସେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ରହିଛି।

ଘଟଣା ପରେ ପୁଲିସ ତୁରନ୍ତ ଅଭିଯୁକ୍ତ ଯୁବରାଜଙ୍କୁ ଗିରଫ କରିଛି। ବିରୁଧୁନଗର ପୁଲିସ ଅଧିକ୍ଷକ ଗୌତମ ଗୋୟଲ କହିଛନ୍ତି, ବୟସ ପାର୍ଥକ୍ୟ ଯୋଗୁଁ ବର୍ଷା ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସେହି କ୍ଷୋଭରୁ ଯୁବରାଜ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ। ବର୍ତ୍ତମାନ ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories