ବିକଳ ପାଲି ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀଗୃହ ଅବସ୍ଥା ଶୋଚନୀୟ ହୋଇଥିବାରୁ ଅଭିଭାବକ ମାନେ ତାଲା ପକାଇ ଦେଲେ ସ୍କୁଲ ରେ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା କ୍ଳଷ୍ଟର ଅନ୍ତର୍ଗତ ବିକଳପାଲି ପ୍ରାଥମିକ ବିଦ୍ୟାଳୟର କୋଠା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବା ଜଣାଯାଇଛି । ଏଠାରେ ଶ୍ରେଣୀ ଗୃହର ଛାତରୁ ସିମେଣ୍ଟ ଅତଡ଼ା ଖସିପଡୁଥିବାବେଳେ ଅନେକ କାନ୍ଥରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକେଇ ଧାରଣା ଦେବାର ଦେଖାଯାଇଥିଲା ।

