Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ଦୋକାନ ସ୍ଥାନାନ୍ତରିତ ଦାବି ରେ ମହିଳା ଗୋଷ୍ଠୀ ଉପ ଜିଲ୍ଲା ପାଳ ଙ୍କୁ ଦାବି ପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ନୁତନ ମଦ ଦୋକାନ କୁ ସ୍ଥାନାନ୍ତରିତ ଦାବି ନେଇ ସ୍ଥାନୀୟ ମହିଳା ଗୋଷ୍ଟି ମାନେ ଉପଜିଲ୍ଲାପାଳ ଙ୍କୁ ଫେରାଦ ହୋଇଛନ୍ତି l ସୂଚନା ଅନୁସାରେ ପୂର୍ବରୁ ଟିକିରାପଡା ଗାନ୍ଧିସାହି ଠାରେ ଦୀର୍ଘ ବର୍ଷ ହେବ ବିଦେଶୀ ମଦ ଦୋକାନ ରହିଥିଲା , କିନ୍ତୁ ସରକାର ଯେତେବେଳେ ନୁତନ ମଦ ଦୋକାନ ପାଈଁ ନୁତନ ମାଲିକାନା ରେ ଦୋକାନ ଆରମ୍ଭ ହେଲା ରାସ୍ତା କଡ଼ ରେ ଏବଂ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଭିଯୋଗ କରି ବିରୋଧ ପରେ ଟିକିରାପଡା ଠାରୁ ବୀରମହାରାଜପୁର – ସୁବଳୟା ରାସ୍ତା ନୂଆପଡା ମୌଜା ରେ ନୁତନ ବିଦେଶୀ ମଦ ଦୋକାନ ଖୋଲିଥିଲା l ତେବେ ଉକ୍ତ ଦୋକାନ କୁ ନୂଆପଡା ମୌଜାରୁ ସ୍ଥାନାନ୍ତରିତ ପାଈଁ ସ୍ୱର ଉଠିବା ସହିତ ବୁଧବାର ନୂଆପଡା ସହ ଆଖପାଖ ଗାଁ ର ମା ମହାଲଷ୍ମୀ ମିଶନ ଶକ୍ତି ସ୍ୱୟଂ ସହାୟକ ଦଳ, ମା ଭାଗବତୀ ସ୍ୱୟଂ ସାହାୟକା ଦଳ, ମା ପାଞ୍ଚଖଣ୍ଡା ସ୍ୱୟଂ ସହାୟକ ଦଳ, ରାଧାରାଣୀ ସ୍ୱୟଂ ସହାୟାକ ଦଳ, ବୁଢା ଭୈରବୀ ସ୍ୱୟଂ ସହାୟକ ଦଳ, ଲଙ୍କେଶ୍ୱରୀ ସ୍ୱୟଂ ସହାୟକ ଦଳ ର ମହିଳା ମାନେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ନିକଟ ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ମଦ ଦୋକାନ ବନ୍ଦ, ମଦ ଦୋକାନ ସ୍ଥାନାନ୍ତରିତ ଦାବି ନେଇ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଂଚିଥିଲେ l ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରି ଜିଲାପାଳ ଶୁଭମ ଶତପଥୀ, ଅଜିତ ମିର୍ଧା ଦାବି ଗ୍ରହଣ କରିଥିଲେ l ଦାବିପତ୍ର ପ୍ରଦାନ ସମୟ ରେ ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ସଭାନେତ୍ରୀ ମୀରା ବାରିକ, ସମ୍ପାଦିକା ମାଧୁରୀ ମେହେର, କ୍ରିଷ୍ନା ନାଏକ , ବିନୋଦିନୀ ମେହେର, ଗୀତା ବେହେରା. ଡାଳିମ୍ବ ନାଏକ, ସଂଗୀତl ଶତପଥି ଏବଂ ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ନୂଆପଡା ଗ୍ରାମର ଶତାଧିକ ମହିଳା ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ