Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା-ଇରାନ ସଂଘର୍ଷ ତୀବ୍ର: ଇରାନୀ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, କୁଏତ, ଜୋର୍ଡାନ ଓ ବାହାରିନରେ ପ୍ରତିଆକ୍ରମଣ ଦାବି

ତେହରାନ/ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହୋଇଛି। ଆମେରିକା ପକ୍ଷରୁ ଇରାନର ଏକ ତୈଳ ଟ୍ୟାଙ୍କର ସମେତ ହାମାଦାନ, କେଶ୍ମ ଦ୍ୱୀପ, ବାନ୍ଦର ଆବାସ ଓ ଚାବାହାର ଅଞ୍ଚଳରେ ଏକାଧିକ ସାମରିକ ଠିକଣା ଉପରେ ନୂଆ ଆକ୍ରମଣ କରାଯାଇଥିବା ବେଳେ, ଏହାର ଜବାବରେ ଇରାନ କୁଏତ, ଜୋର୍ଡାନ ଓ ବାହାରିନରେ ଥିବା ଆମେରିକୀୟ ସ୍ୱାର୍ଥକୁ ଲକ୍ଷ୍ୟ କରି ପ୍ରତିଆକ୍ରମଣ କରିଥିବା ଦାବି କରିଛି।

ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ଦାବି କରିଛି ଯେ, ଜୋର୍ଡାନର ଆଲ-ଆଜରାକ୍ ବିମାନ ଘାଟି ଉପରେ ‘ଖାଇବର-ଶେକାନ୍’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଆକ୍ରମଣରେ ଆମେରିକାର ଯୁଦ୍ଧ ବିମାନ ପାର୍କିଂ ସ୍ଥଳ ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଧ୍ୱଂସ ହୋଇଥିବା ଆଇଆରଜିସି ଦାବି କରିଛି। ସେପଟେ ଜୋର୍ଡାନ ସେନା କହିଛି ଯେ, ସେମାନେ ଇରାନର ୮ଟି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ପ୍ରତିହତ କରିଛନ୍ତି।

ଅନ୍ୟପଟେ, ଆମେରିକୀୟ ସେନା କହିଛି ଯେ, ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ପାଇଁ ଆଉ ଏକ ପର୍ଯ୍ୟାୟ ଆକ୍ରମଣ କରାଯାଇଛି। ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ହାମାଦାନ, ସେମନାନ ଓ ତେହରାନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ଦେଇଛି। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ, ପରିସ୍ଥିତି ଉପରେ ବିଶ୍ୱ ସମୁଦାୟର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories