Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ର ରେ ଆଜି ଗୁଣ୍ଡିଚା ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଚତୁର୍ଦ୍ଧା ମୃତ୍ତି କୁ ଶ୍ରୀମନ୍ଦିର ରୁ ଧାଡି ପହଣ୍ଡି ରେ ତ୍ରିକୂଟ ପାହାଡ଼ ରୁ ତଳକୁ ଅଣlଯାଇଥିଲା l ଛେରା ପହଁରା ରେ ରେଡମ ଗୌନ୍ତିଆ ନରସିଂହ ପଧାନ, ମିତ୍ର ଭାନୁ ମହାକୁର, ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ସହଯୋଗ କରି ଥିଲେ l ରଥା ରୂଢ ହେଲlପରେ ଗ୍ରାମ ର ଗଡ଼ତ୍ୟା ଚମରl ଅମାତ ଏକ ଶୋଭାଯାତ୍ରା ରେ ଆସି ତିନି ରଥ ରେ ଛେରା ପହଁରା କରିବା ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଥିଲା I ସୁଭଦ୍ରା ରଥ କୁ କେବଳ ମହିଳା ମାନେ ଟାଣି ଥିଲେ l ରଥ ତ୍ରୟୋ ପାତାଳି ରଥ ଯାତ୍ରା କୁ ଛକ ପର୍ଯ୍ୟନ୍ତ ଟାଣି ନିଆ ଯାଇଥିଲା ଆସନ୍ତା କାଲି ରଥ ଟାଣି ଆଡପ ପହଣ୍ଡି ଅପରାହ୍ନ 2 ସମୟ ରେ ଅନୁଷ୍ଠିତ ହେବ l ଆଜି ର କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ କରିବା ପାଇଁ, ବୀରମହାରାଜପୁର ଡେପୁଟି କଲେକ୍ଟର ଅଜିତ କୁମାର ମିର୍ଧା, ବୀରମହାରାଜପୁର ପୋଲିସ ଏସଡିପିଓ ହେମନ୍ତ ରାଓ, ବୀରମହାରାଜପୁର ଥାନା ଆଇ ଆଇସି ଯଯାତି କେଶରୀ ସାହୁ, ସମେତ, ଆରଏସ ଏସ ତରଫରୁ ରଥଟଣା ରେ ସହଯୋଗ କରି ଥିଲେ l ସେହିପରି ପାତାଳି ସେନା, ଏନ ସିସି ସୋନପୁର, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ବାହିନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ l
ଧାରା ବିବରଣୀ ପ୍ରଦାନ କରିଥିଲେ ରାଜମନୀ ସାହୁ, ହରିଶ୍ଚନ୍ଦ୍ର ହୋତା, ପlରେଶ୍ଵର ବଘାର l ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଭଜନ ପରିବେଶ କରିଥିଲେ l ଗାୟକ ରେ ସୁଦର୍ଶନ ବିଶ୍ୱାଳ, କାର୍ତିକ ଭୁକ୍ତା, ରତ୍ନା ତ୍ରିପାଠୀ, ମହେଶ ଶତପଥି,ଇପ୍ସିତା ପ୍ରିୟ ଦର୍ଶିନୀ ପାଢ଼ୀ, ଗୀତ ଗାଉଥିବା ବେଳେ ବାଦ୍ୟ ଯନ୍ତ୍ର ରେ ରାଜେଶ ଶତପଥି, ଢୋଲରେ ପୃଥ୍ୱୀ ରାଜ ଜଗଦଳା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପାତାଳି ଟ୍ରଷ୍ଟ ର ସଭ୍ୟ ପୁର୍ଣ ଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପ୍ରବଳ ବର୍ଷା ସତ୍ୱେ ଦୂର ଦୁରାନ୍ତରୁ ବହୁ ଭକ୍ତ , ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ