Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୦ ଆମେରିକା ନିର୍ବାଚନରେ ଜାଲିଆତି ଅଭିଯୋଗ! ପୁଣି ଚୀନ୍‌କୁ ଟାର୍ଗେଟ୍ କଲେ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିଥିବା ନେଇ ପୁଣିଥରେ ଅଭିଯୋଗ କରିଛନ୍ତି। ନିର୍ବାଚନ ସୁରକ୍ଷା ପ୍ରସଙ୍ଗରେ ଦେଶକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ୨୦୨୦ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିଲା ଏବଂ ଚୀନ୍ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ ସେ ଏଫବିଆଇକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ କହିଛନ୍ତି।

ହ୍ୱାଇଟ୍ ହାଉସ୍‌ରୁ ପ୍ରାୟ ୨୫ ମିନିଟର ସମ୍ବୋଧନରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଚୀନ୍ ୨୨ କୋଟି ଆମେରିକୀୟ ଭୋଟରଙ୍କ ତଥ୍ୟ ହାତେଇଥିଲା ଏବଂ ୧୮ଟି ରାଜ୍ୟର ଭୋଟର ତଥ୍ୟ ହ୍ୟାକ୍ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ, ଏହି ସମ୍ପର୍କିତ କିଛି ଗୁପ୍ତ ରିପୋର୍ଟ ସାର୍ବଜନୀନ କରାଯାଇନଥିଲା ଏବଂ ନିର୍ବାଚନ ବ୍ୟବସ୍ଥା ସାଇବର ଆକ୍ରମଣ ପାଇଁ ଅସୁରକ୍ଷିତ ରହିଛି।

ତେବେ ଟ୍ରମ୍ପଙ୍କ ଏହି ଅଭିଯୋଗଗୁଡ଼ିକ ସ୍ୱାଧୀନ ଭାବେ ପ୍ରମାଣିତ ହୋଇନାହିଁ। ୨୦୨୦ ନିର୍ବାଚନ ପରେ ହୋଇଥିବା ବିଭିନ୍ନ ତଦନ୍ତ ଏବଂ ଅଦାଲତୀୟ ଶୁଣାଣିରେ ବ୍ୟାପକ ନିର୍ବାଚନ ଜାଲିଆତିର କୌଣସି ପ୍ରମାଣ ମିଳିନଥିଲା। ଏହା ସତ୍ତ୍ୱେ ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ଅଭିଯୋଗର ତଦନ୍ତ କରିବାକୁ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଓ ଏଫବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ