Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍! ଜିନ୍ଦରୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌କୁ ସବୁଜ ସଙ୍କେତ ଦେବେ। ଏହି ଟ୍ରେନ୍ ଜିନ୍ଦ-ସୋନିପତ ରୁଟରେ ଚଳାଚଳ କରିବ। ଏହାକୁ ଭାରତର ସ୍ୱଚ୍ଛ ଶକ୍ତି ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି | ସେ କହିଛନ୍ତି, ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି। ଏହା ଆତ୍ମନିର୍ଭର ଭାରତ ଓ ସ୍ଥାୟୀ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।

ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ପରେ ଜର୍ମାନୀ, ଜାପାନ, ଚୀନ ଓ ଆମେରିକା ପରେ ଭାରତ ମଧ୍ୟ ହାଇଡ୍ରୋଜେନ୍ ଆଧାରିତ ରେଳ ପରିବହନ କ୍ଷେତ୍ରରେ ପ୍ରବେଶ କରିବ। ଏହି ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଭବିଷ୍ୟତରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରି ରେଳ ଚଳାଚଳକୁ ଆହୁରି ବିସ୍ତାର କରିବାକୁ ଭାରତୀୟ ରେଳର ଯୋଜନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ